ଧର୍ମଶାଳା ବିଧାୟକଙ୍କ ଉପରେ ଆକ୍ରମଣ : ଗାଡ଼ି ଭାଙ୍ଗିଲେ, ସୁନା ଚେନ୍‌ ଲୁଟିନେଲେ

dharmasala mla

ଧର୍ମଶାଳା ବିଧାୟକଙ୍କ ଉପରେ ଆକ୍ରମଣ : ଗାଡ଼ି ଭାଙ୍ଗିଲେ, ସୁନା ଚେନ୍‌ ଲୁଟିନେଲେ

ଭୁବନେଶ୍ୱର : ଧର୍ମଶାଳା ବିଧାୟକଙ୍କ ଉପରେ ଆକ୍ରମଣ ହୋଇଛି  । ବବି ଦାସ ଜିନ୍ଦାବାଦ କହି କିଛି ଦୁର୍ବୃତ୍ତ ବିଧାୟକ ଲିକୁ ସାହୁଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି  । ବିଧାୟକଙ୍କ ଗାଡ଼ିକୁ ଲୁହା ରଡ଼ରେ ପିଟି ଭାଙ୍ଗିଦେବା ସହ ସୁନା ଚେନ୍‌ ଲୁଟି ନେଇଛନ୍ତି  ।

ଏନେଇ ବିଧାୟକ କହିଛନ୍ତିଯେ, ଗାଡ଼ିରେ ମୋତେ ଦେଖି କିଛି ଲୋକ ମାଡ଼ି ଆସିଥିଲେ  । ମୋତେ ପିଟି ମୋ ସୁନା ଚେନ୍‌ ଛଡ଼ାଇ ନେଇଛନ୍ତି  । ତୁରନ୍ତ ଏଠୁ ପଳା ନହେଲେ ମାରିଦେବୁ ବୋଲି କହିଥିଲେ  । ସେମାନେ ବବି ଦାସଙ୍କ ସମର୍ଥକ ବୋଲି ସେ କହିଛନ୍ତି  । ଯାଜପୁର ବୁଢ଼ାପୋଲ ନିକଟରେ ଗାଡ଼ି ଅଟକି ରହିଥିବାବେଳେ ଏଭଳି ଆକ୍ରମଣ ହୋଇଥିଲା  । ସେ ଏକ ବୈଠକକୁ ଯାଉଥିଲେ  ।