ମହତାବ ଜୟନ୍ତୀ ପାଇଁ ଉଚ୍ଚସ୍ତରୀୟ କମିଟି

harekrushna mahatab

ମହତାବ ଜୟନ୍ତୀ ପାଇଁ ଉଚ୍ଚସ୍ତରୀୟ କମିଟି

୨୩ ଜଣିଆ କମିଟିରେ ଧର୍ମେନ୍ଦ୍ର, ଅଶ୍ୱିନୀ, ମୋହନ, ଭର୍ତ୍ତୃହରି

ଭୁବନେଶ୍ୱର : ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜନ୍ମଜୟନ୍ତୀ ପାଳନ ପାଇଁ କେନ୍ଦ୍ର ସଂସ୍କୃତି ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି  । ଏହି କମିଟିରେ ୨୩ ଜଣ ସଦସ୍ୟ ରହିଛନ୍ତି  । 

ଏନେଇ ଜାରି ବିଜ୍ଞପ୍ତି ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କଟକ ସାଂସଦ ଭର୍ତ୍ତୃହରି ମହତାବ, ପ୍ରଧାନମନ୍ତ୍ରୀ ମ୍ୟୁଜିୟମ ଓ ଲାଇବ୍ରେରୀର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର, ଗୃହ ସଚିବ ଗୋବିନ୍ଦ ମୋହନ ଓ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଯାଜୁ ଏକ୍ସ ଅଫିସିଓ ସଦସ୍ୟ ରହିଛନ୍ତି  ।

କେନ୍ଦ୍ର ସଂସ୍କୃତି ସଚିବ ଆରୁଣିଷ ଚାୱଲା ସଦସ୍ୟ ସଚିବ ଥିବାବେଳେ ସଞ୍ଜୀବ ସାନ୍ୟାଲ, ପ୍ରଫେସର କିଶୋର ବାସା, ପ୍ରଫେସର ଆଲୋକ କୁମାର ରାୟ, ଯୁଗଳ କିଶୋର ମହାପାତ୍ର, ଲଳିତ ମାନସିଂହ, ସିଦ୍ଧାର୍ଥ ପ୍ରଧାନ, ମନମୋହନ ସାମଲ, ଅମର ପ୍ରସାଦ ଶତପଥି, ସ୍ୱପନ ଦାସଗୁପ୍ତା, ଡକ୍ଟର ପ୍ରତିଭା ରାୟ, ଡକ୍ଟର ଗୌରହରି ଦାସ, ଡକ୍ଟର ରାଜେନ୍ଦ୍ର କିଶୋର ପଣ୍ଡା, ଡକ୍ଟର ହର ପ୍ରସାଦ ଦାସ ଓ ତରୁଣ କାନ୍ତି ମିଶ୍ର ସଭ୍ୟ ରହିଛନ୍ତି  । ମହତାବଙ୍କ ଜୟନ୍ତୀ କିଭଳି ଭାବେ ପାଳିତ ହେବ ସେନେଇ କମିଟି ଆବଶ୍ୟକୀୟ ନିଷ୍ପତ୍ତି ଗ୍ରହଣ କରିବେ  ।