୩ ଲୁଟେରା ଗିରଫ; ୧୦ ମୋବାଇଲ ଜବତ

୩ ଲୁଟେରା ଗିରଫ; ୧୦ ମୋବାଇଲ ଜବତ

ଭୁବନେଶ୍ୱର, ୨୦ା୧୧ : କିଛି ଚୋରା ମୋବାଇଲକୁ ହାତିଆସୁଣୀ ବସ୍ତି ନିକଟରେ ଛିଡାହୋଇ ବିକ୍ରି କରିବା ନେଇ ଗ୍ରାହକ ଅପେକ୍ଷାରେ ଥିବା ୩ ଲୁଟେରାଙ୍କୁ ଗିରଫ କରିଛି ମୈତ୍ରୀବିହାର ଥାନା ପୁଲିସ । ପରେ ସେମାନଙ୍କ ତଲାସି ବେଳେ ସେମାନଙ୍କ ଠାରୁ ୧୦ଟି ଚୋରା ମୋବାଇଲ ଜବତ କରାଯାଇଛି । ଗିରଫ ୩ ଅଭିଯୁକ୍ତ ହେଲେ, କଟକ ଜିଲ୍ଲାର ଆକାଶ ନାୟକ, ଲିପୁ ପଣ୍ଡା ଓ ଆକାଶ ନାୟକ । ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
 ସୂଚନା ଯୋଗ୍ୟଯେ, ଆଜି ମୈତ୍ରୀବିହାର ଥାନାଧିକାରୀଙ୍କ ନିଦେ୍ର୍ଦଶ କ୍ରମେ ଥାନାର ଏସଆଇ ସୁରତ ବେହେରା ଓ ଥାନାର ଟୀମ ଥାନା ପରିସରଭୁକ୍ତ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ । ସମୟ ପ୍ରାୟ ୧୦ଟା ରେ ଅଭିଯୁକ୍ତ ମାନେ ହାତିଆଶୁଣି ପଡ଼ିଆ ରାସ୍ତା ନିକଟରେ ସେମାନଙ୍କ ହେପାଜତରେ କିଛି ଚୋରୀ ମୋବାଇଲ ଫୋନ ରଖି ଗ୍ରାହକ ଅପେକ୍ଷାରେ ଥିବାର ସେମାନଙ୍କୁ ବିଶ୍ୱସ୍ତ ସୁତ୍ରରୁ ସୂଚନା ମିଳିଥିଲା । ସୂଚନା ଆଧାରରେ ପୁଲିସ ଟୀମ ତୁରନ୍ତ ସେଠାରେ ଚଢ଼ାଉ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୦ ଟି ମୋବାଇଲ ଫୋନ୍ ଜବତ କରିଛି ।