ସିବିଆଇକୁ ଚିଠି ଲେଖିବୁ: ଦୀପାଳି

ସିବିଆଇକୁ ଚିଠି ଲେଖିବୁ: ଦୀପାଳି

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ତାଙ୍କ ଝିଅ ଦୀପାଳି ଦାସ ବୁଧବାର ଏକ ବଡ଼ ବୟାନ ଦେଇଛନ୍ତି । ତାଙ୍କ ବାପାଙ୍କ ହତ୍ୟା ମାମଲାର ତଦନ୍ତ ପାଇଁ ସିବିଆଇକୁ ଚିଠି ଲେଖିବୁ ବୋଲି ଦିପାଳି ଦାସ କହିଛନ୍ତି । ସେ କହିଛନ୍ତି ଯେ ହତ୍ୟା ମାମଲାର ସିବିଆଇ ତଦନ୍ତ ପାଇଁ ଆମେ ଦାବି କରିବୁ । ଏନେଇ ଚିଠି ପ୍ରସ୍ତୁତ କରୁଛୁ, ଖୁବଶୀଘ୍ର ସିବିଆଇକୁ ଦେବୁ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଠିକ ଦୁଇବର୍ଷ ତଳେ ଆଜିର ଦିନରେ ନବ ଦାସଙ୍କୁ ହତ୍ୟା କରାଯାଇଥିଲା । 

ପ୍ରକାଶ ଯେ   ନବ ଦାସ ହତ୍ୟାକାଣ୍ଡ ମାମଲାରେ ସିବିଆଇ ତଦନ୍ତ କରିବାକୁ ଝିଅ ଦୀପାଳି ବାରମ୍ବାର ଦାବି କରିଆସୁଛନ୍ତି । ହେଲେ ଲିଖିତ ଆକାରରେ ଦେବାକୁ ବହୁ ବିଜେପି ନେତା କହିଆସୁଥିଲେ ।ସିବିଆଇ ତଦନ୍ତ କରିବାକୁ ଝିଅ ଦୀପାଳି ଦାବି କରିବା ପରେ ଏହାକୁ ନେଇ ରାଜନୈତିକ ବୟାନବାଜି ଜାରି ରହିଛି।  ମାସେ ହେଲାଣି ନବଙ୍କ ମୃତ୍ୟୁକୁ ନେଇ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । ଆଉ ଏହି ସମୟରେ ବଡ ବୟାନ ଦେଇଥିଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। କହିଥିଲେ ଏହି ମାମଲାରେ ତଦନ୍ତ ପ୍ରକ୍ରିୟା କଣ ହେବ, ସେ ନେଇ ସରକାର ଆଗକୁ ନିଷ୍ପତ୍ତି ନେବେ, ବିଭିନ୍ନ ତଥ୍ୟ ଗୋଟି ଗୋଟି କରି ସାମ୍ନାକୁ ଆସୁଛି। ସେ ଆହୁରି ମଧ୍ୟ କହିଥିଲେ,  ପୂର୍ବ ସରକାର ସମୟରେ ଭୟର ବାତାବରଣ ଥିବାରୁ ଅନେକ ଲୋକ ମୁହଁ ଖୋଲୁନଥିଲେ, ଏପରିକି ନବ ଦାସଙ୍କ ପରିବାର ଲୋକ ମଧ୍ୟ ମୁହଁ ଖୋଲିବାକୁ ସାହାସ କରୁନଥିଲେ, ସେ ଭୟ ଦୂରେଇ ଯାଇଛି । ତେଣୁ ଅନେକ ତଥ୍ୟ ଧୀରେ ଧୀରେ ସାମ୍ନାକୁ ଆସିବା ଆରମ୍ଭ ହୋଇଛି  ଆଉ ସେହି ସବୁ ତଥ୍ୟକୁ ହୁଏତ ଆଗାମୀ ଦିନରେ ତଦନ୍ତ ପରିସରଭୁକ୍ତ କରାଯିବ। 

ବିଜେଡି ସରକାର ଥିବା ବେଳେ କ୍ୟାବିନେଟ୍‌ ମନ୍ତ୍ରୀ ଥିଲେ ନବବାବୁ । ସରକାରୀ ଗସ୍ତରେ ଥିବା ବେଳେ ତାଙ୍କ ଉପରକୁ ଗୁଳି ମାଡ଼ ହୋଇଥିଲା । ସଙ୍ଗେ ସଙ୍ଗେ ସେଠାରେ ସେ ଗୁରୁତର ହୋଇପଡିଥିଲେ । ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ଚିକିତ୍ସା ଲାଗି । ଡାକ୍ତର ସେଠାରେ ଇସିଜି କରିଥିଲେ..ହେଲେ ସେହି ଇସିଜି ରିପୋର୍ଟକୁ ନେଇ କେଁ ଦେଖାଦେଇଥିବା । ପରେ ପରେ ତଦନ୍ତଭାର ଯାଇଥିଲା କ୍ରାଇମବ୍ରାଞ୍ଚକୁ । ହେଲେ ବାବୁମାନେ କାହା ଚାପରେ କେମିତି ତଦନ୍ତ କଲେ ଯେ ଘଟଣାର ଦୁଇବର୍ଷ ପୂରିବାକୁ ବସିଲାଣି ହତ୍ୟା ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ କିଏ ଥିଲେ ସେନେଇ କିଛି ଜଣାପଡ଼ିଲା ନାହିଁ । ଖାଲି ଏତିକି ନୁହେଁ ବରଂ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନରେ ବି ଭୁଲ ରିପୋର୍ଟ ଦର୍ଶାଯାଇଥିବା ରିପୋର୍ଟରେ କୁହାଯାଇଛି । ଏହାସହ ଜାଣିଶୁଣି ମାମଲାକୁ ଚପା ଯାଇଥିବା ଅଭିଯୋଗ ହୋଇଛି ।