SHG ମହିଳା ଯାଞ୍ଚ କରିବେ ପାନୀୟଜଳ

ଡାଇରିଆରେ ମୃତ୍ୟୁ ପରେ ଚେତିଲେ ସରକାର । ଏଣିକି ସବୁ ପାନୀୟଜଳର ମାନ ଯାଞ୍ଚ କରାଯିବ । ପାନୀୟଜଳ ଯୋଗାଣର ଯାଞ୍ଚ କରିବେ SHG ମହିଳା । ଚଳିତ ବର୍ଷ ବେକାବୁ ହୋଇଥିଲା ଡାଇରିଆ , ଶତାଧିକ ଲୋକେ ଡାଇରିଆରେ ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସା ହେବା ସହ ମୃତ୍ୟୁ ବରଣ ମଧ୍ୟ କରିଥିଲେ । ଏଥି ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି । SHG ମହିଳାମାନଙ୍କୁ ଦିଆଯିବା ପାନୀୟଜଳ ଯାଞ୍ଚର ଦାୟିତ୍ୱ । ସେଥିପାଇଁ ସେମାନଙ୍କୁ ଟ୍ରେନିଂ ସହିତ  ଫିଲ୍ଡ ଟେଷ୍ଟିଂ କିଟ୍  ଦିଆଯିବ । ଠିକ୍‌ ଭାବରେ ପାନୀୟଜଳ ପହଞ୍ଚିବ , ଅପରେସନ ଓ  ପରିଚାଳନାରେ  ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କରାଯିବ ।   ପାନୀୟଜଳ ଅପବ୍ୟବହାର  ରୋକିବ SCADA  । ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନେଇ  ଅଧିକାରୀଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ବିନା ଅନୁମୋଦନରେ ଖୋଳା ଯାଇପାରିବନି ପାଣି ପାଇପ୍ । ଉନ୍ନୟନ କମିସନର ଅନୁ ଗର୍ଗ ମେଗା ପାନୀୟଜଳ ଯୋଗାଣ ପ୍ରକଳ୍ପର  ସମୀକ୍ଷା କରିଛନ୍ତି ।