ପ୍ରଫୁଲ୍ଲ ଘଡ଼ାଇଙ୍କ ବିସ୍ଫୋରକ ବୟାନ: ନବୀନ ସାମ୍ନାକୁ ଆସନ୍ତୁ, ସ୍ପଷ୍ଟୀକରଣ ଦିଅନ୍ତୁ

ପ୍ରଫୁଲ୍ଲ ଘଡ଼ାଇଙ୍କ ବିସ୍ଫୋରକ ବୟାନ: ନବୀନ ସାମ୍ନାକୁ ଆସନ୍ତୁ, ସ୍ପଷ୍ଟୀକରଣ ଦିଅନ୍ତୁ

ଭୁବନେଶ୍ୱର : ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼ାଇ ସୋମବାର ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଏବେ ଚର୍ଚ୍ଚା ଜୋର୍‌ ଚାଲିଛି। ରାଜ୍ୟସଭାରେ ୱକଫ୍ ବିଲ୍‌ ସମର୍ଥନରେ ବିଜେଡିର କେତେକ ସାଂସଦ ଭୋଟ୍ ଦେବା ପରେ ଏହାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ଜଣକ ପରେ ଜଣେ ବିଜେଡି ନେତା ବିସ୍ଫୋରକ ବୟାନ ଦେଉଛନ୍ତି।  ଓ୍ବକ୍‌ଫ ବିଲକୁ ନେଇ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ ସିଧାସଳଖ କହିଛନ୍ତି କାହିଁକି ନିଷ୍ପତ୍ତି ବଦଳିଲା, କିଏ ବଦଳାଇଲା ସେ ସମ୍ପର୍କରେ ନବୀନ ସାମ୍ନାକୁ ଆସି ସ୍ପଷ୍ଟ କରିବା ଦରକାର। ସବୁ କଥା ନବୀନ ଜାଣିଛନ୍ତି । ଅଧିକ ଦ୍ବନ୍ଦ୍ବ ନ ବଢାଇ ସ୍ପଷ୍ଟୀକରଣ ଦିଅନ୍ତୁ । ନବୀନ ପଟ୍ଟନାୟକ ସବୁ କଥା ଜାଣିଛନ୍ତି । ସସ୍ମିତ ପାତ୍ର କାହିଁକି ଏଭଳି କଲେ, ତାହା ନବୀନ କହିପାରିବେ। 

ସେ ଆହୁରି ମଧ୍ୟ କହିଛନ୍ତି, ଏହି ଘଟଣାକୁ ନେଇ ବିଜେଡି ବ୍ୟାକ୍‌ ଫୁଟ୍‌କୁ ଚାଲିଗଲା। ନବୀନ ସତ କଥା କ’ଣ କୁହନ୍ତୁ। ବାଦଲ ଦୂର ହେବା ଦରକାର। ପ୍ରକୃତରେ ଦଳରେ କ’ଣ ଘଟିଛି ତାହା ନବୀନ ହିଁ କହିପାରିବେ ବୋଲି ପ୍ରଫୁଲ୍ଲ କହିଛନ୍ତି । ପୂର୍ବରୁ ବଦ୍ରି ପାତ୍ର, ପ୍ରଭାତ ତ୍ରିପାଠୀ, ପ୍ରସନ୍ନ ଆଚାର୍ଯ୍ୟ, ଦେବାଶିଷ ସାମନ୍ତରାୟ ଓ ଗଣେଶ୍ବର ବେହେରାଙ୍କ ଭଳି ବରିଷ୍ଠ ନେତାମାନେ ବିସ୍ଫୋରକ ବୟାନ ଦେଇସାରିଛନ୍ତି।