ବ୍ରହ୍ମାକୁମାରୀସ୍ ପକ୍ଷରୁ ରକ୍ତଦାନ ଶିବିର, ୫୦ ୟୁନିଟ୍ ସଂଗ୍ରହ
ଭୁବନେଶ୍ୱର : ବିଶ୍ୱ ବନ୍ଧୁତ୍ୱ ଦିବସ ଓ ରାଜଯୋଗିନୀ ଦାଦୀ ପ୍ରକାଶମଣି ଜୀଙ୍କ ୧୮ତମ ପୁଣ୍ୟତିଥି ଅବସରରେ ବ୍ରହ୍ମାକୁମାରୀସ୍, ୟୁନିଟ୍-୯ ପକ୍ଷରୁ ମେଗା ବ୍ଲଡ୍ ଡୋନେସନ୍ କ୍ୟାମ୍ପ ଆଜି ସକାଳ ୯ଟାରେ ରେଡ୍ କ୍ରସ୍ ଭବନରେ ଆୟୋଜିତ ହୋଇଯାଇଛି । ଏହି କ୍ୟାମ୍ପ ରେଡ୍କ୍ରସ୍ ଓ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ମନ୍ତ୍ରାଳୟର ସମର୍ଥନରେ ଆୟୋଜନ କରାଯାଇଥିଲା । ‘ରକ୍ତଦାନ କରନ୍ତୁ, ପ୍ରାଣ ବଞ୍ଚାନ୍ତୁ’ ବାଣୀ ସହିତ ଏହି ସେବାକାର୍ଯ୍ୟରେ ଅନେକ ସ୍ୱେଚ୍ଛାସେବୀ ଉସôାହର ସହିତ ଯୋଗଦେଇଥିଲେ । ଏହି କ୍ୟାମ୍ପରେ ମୋଟ ୫୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏହା ପାଇଁ ପ୍ରଜାପିତା ବ୍ରହ୍ମାକୁମାରୀସ୍ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟକୁ ରେଡ୍ କ୍ରସ୍ ରିଜିଅନାଲ୍ ବ୍ଲଡ୍ ସେଣ୍ଟର ପକ୍ଷରୁ ସମ୍ମାନପତ୍ର ପ୍ରଦାନ କରାଯାଇଥିଲା । ଏହି ମାନବସେବାମୂଳକ କାର୍ଯ୍ୟ ପାଇଁ ବ୍ରହ୍ମାକୁମାରୀସ୍ଙ୍କ ପ୍ରୟାସକୁ ଉଚ୍ଚÿ ସ୍ତୁତି କରାଯାଇଥିଲା ।