ଖରାଦିନେ କିପରି ବଢାଇବେ ହଜମ ଶକ୍ତି?ଜାଣନ୍ତୁ 

ଖରାଦିନେ କିପରି ବଢାଇବେ ହଜମ ଶକ୍ତି?ଜାଣନ୍ତୁ 


ହଜମ ପ୍ରକ୍ରିୟା ଆମ ଶରୀରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏଥିପାଇଁ ମେଥି ମଞ୍ଜି ବେଶ୍‌ ଲାଭଦାୟକ । ଏହା ପ୍ରାକୃତିକ ହଜମକାରୀ ଭାବରେ କାର୍ଯ୍ୟ କରଥାଏ ।  ହଳଦୀରେ ଔଷଧୀୟ ଗୁଣ ସହ ଆଣ୍ଟି-ଫଙ୍ଗଲ୍‌, ଆଣ୍ଟି-ଭାଇରାଲ୍‌, ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍‌ ଗୁଣ ଥାଏ । ହଜମକୁ ସୁସ୍ଥ ରଖିବାକୁ   ଏକ ଗ୍ଲାସ୍‌ ପାଣିରେ ଗୋଟିଏ ଚାମଚ ହଳଦୀ ପାଉଡର ମିଶାଇ ପିଅନ୍ତୁ । ଏହା ପେଟ ଯନ୍ତ୍ରଣାରୁ ମୁକ୍ତି ଦେବା ବ୍ୟତୀତ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ମଧ୍ୟ ସହାୟକ ହୋଇଥାଏ । ଶରୀରରୁ କ୍ଷତିକାରକ ପଦାର୍ଥ ନିଷ୍କାସନ କରିବାରେ ସହାୟକ ହୋଇପାରେ ମେଥି । ଏଥିପାଇଁ ରାତିରେ ମେଥିକୁ ପାଣିରେ ଭିଜାନ୍ତୁ ଏବଂ ସକାଳେ ଏହି ପାଣି ପିଅନ୍ତୁ । ନିୟମିତ ଏପରି ଅଭ୍ୟାସ କରିବା ଦ୍ୱାରା ହଜମ ପ୍ରକ୍ରିୟାରେ ଉନ୍ନତି ଆସିଥିଏ । ଏଥିସହ ପେଟରେ ଜମାଟ ହୋଇଥିବା ଚର୍ବି ମଧ୍ୟ ହ୍ରାସ ପାଇଥାଏ ।  ପେଟ ଯନ୍ତ୍ରଣାରୁ ମୁକ୍ତି ଦେବା ବ୍ୟତୀତ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ମଧ୍ୟ ସହାୟକ ହୋଇଥାଏ । ଏହା ସହିତ ଅଦା ହଜମ ପ୍ରକ୍ରିୟାରେ ମଧ୍ୟ ଉନ୍ନତି ଆଣିଥାଏ । ଖଣ୍ଡ ଅଦା ଖାଇବା ବ୍ୟତୀତ ଅଦା ରସ ମଧ୍ୟ ପିଇପାରିବେ । ଚିଆ ସିଡ୍ସ ହଜମ ପ୍ରକ୍ରିୟା ପାଇଁ ସର୍ବୋତ୍ତମ । ଏଥିରେ ଫାଇବର ଭରପୂର ଥାଏ, ଯାହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବା ସହ ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଯଦି ହଜମ ପ୍ରକ୍ରିୟାରେ ସମସ୍ୟା, ଅଦୃଶ୍ୟତା କିମ୍ବା ଏସିଡିଟିର ସମ୍ମୁଖୀନ ହେଉଛନ୍ତି, ତେବେ ଖାଦ୍ୟରେ ଅମୃତଭଣ୍ଡା ଯୋଗ କରିପାରିବେ । ଏଥିରେ ଫାଇବର ଏବଂ ପ୍ରୋଟିନ ଥାଏ । ଅମୃତଭଣ୍ଡା ସେବନ ଫଳରେ ହଜମ ପ୍ରକ୍ରିୟାରେ ଉନ୍ନତି ଆସିପାରିବ ।