୨୪ ରେ ରାଜ୍ୟସ୍ତରୀୟ ଚେସ୍ ପ୍ରତିଯୋଗିତା 

  କଟକ:  ଆଇଏସ ଚେସ ସେଣ୍ଟର ଆନୁକୂଲ୍ୟରେ ପଂଚମ ରାଜ୍ୟସ୍ତରୀୟ ପ୍ୟାରିମୋହନ ସାମନ୍ତରାୟ ଓପନ ଚେସ୍ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ମଧୁପାଟଣା ସ୍ଥିତ ପ୍ରମିଳା ମଣ୍ଡପରେ ଅନୁଷ୍ଠିତ ହେବ । ଏହି ଏକଦିବସୀୟ ଟୁର୍ଣ୍ଣାମେଣ୍ଟ ମୋଟ ୭ ରାଉଣ୍ଡ ବିଶିଷ୍ଟ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ୫୫ଟି ଆକର୍ଷଣୀୟ ଟ୍ରଫି ପ୍ରଦାନ କରାଯିବ । ନୂଆ କରି ଭାଗ ନେଇଥିବା ୧୦୦ଜଣ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ପାଇଁ ମେଡ଼ାଲ ପ୍ରଦାନ କରାଯିବ । ଓପନ ଓ ୧୧ ବର୍ଷରୁ କମ୍ ୨ଟି ବିଭାଗରେ ରାଜ୍ୟର ବିଭିନ୍ନ ଜିଲ୍ଳାରୁ ୨୦୦ରୁ ଊଦ୍ଧ୍ୱର୍ ପ୍ରତିଯୋଗୀ ଭାଗ ନେବେ । ନାମ ପଞ୍ଜୀକରଣ ପାଇଁ ଆଇଏସ ସେଣ୍ଟରର ନିଦେ୍ର୍ଦଶକ ମାନସ ପାଣିଙ୍କ ୯୪୩୭୨୦୮୮୬୪ ସହ ଯୋଗାଯୋଗ କରିବାକୁ ସଂଯୋଜକ ସୁବ୍ରତ ସାମନ୍ତରାୟ ପ୍ରକାଶ କରିଛନ୍ତି ।