ଆମ ପୁଲିସ ସମିତିର ବୈଠକ

 ପ୍ରଭାନୁ୍ୟଜ ।ା ସାଲେପୁର:  ଆମ ପୁଲିସ ସମିତିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଶେଷ କରି ସାଇବର କ୍ରାଇମକୁ ରୋକିବା ପାଇଁ ସଚେତନତାର ଆବଶ୍ୟକତା ରହିଛି । ତେଣୁ ଆମ ପୁଲିସ ସଦସ୍ୟମାନେ ସାଇବର କ୍ରାଇମ୍କୁ ରୋକିବା ପାଇଁ ସଚେତନତା ସୃଷ୍ଟି କରିବା ଦରକାର ବୋଲି ମତ ପ୍ରକାଶ ପାଇଥିଲା । ସାଲେପୁର ଆଦର୍ଶ ଥାନାର ଅଧିକାରୀ ମନୋଜ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆମ ପୁଲିସ ସମିତିର ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆଗକୁ ପାର୍ବଣ ଋତୁ ଆସୁଥିବାରୁ ବିଶେଷ କରି ଶୋଭାଯାତ୍ରାରେ ବ୍ୟବହୃତ ହେଉଥିବା ଶବ୍ଦ ପ୍ରଦୁଷଣ ଓ ଲେଜର ଲାଇଟ୍କୁ ରୋକିବା ପାଇଁ ସମସ୍ତ ପୂଜା କମିଟିର ସଦସ୍ୟମାନଙ୍କୁ ସଚେତନ କରିବାପାଇଁ ମତ ପ୍ରକାଶ ପାଇଥିଲା । ବିଶେଷ କରି ସମଗ୍ର ଦେଶରେ ଯେଉଁଭଳି ସାଇବର କ୍ରାଇମ୍ ବୃଦ୍ଧି ପାଉଛି, ତାକୁ ସଚେତନତା ମାଧ୍ୟମରେ ରୋକାଯାଇପାରିବ । ତେଣୁ ପ୍ରତ୍ୟେକ ବ୍ୟକ୍ତି ସାଇବର କ୍ରାଇମ୍କୁ ରୋକିବା ପାଇଁ ନିଜେ ସଚେତନ ହେବା ସହ ଅନ୍ୟକୁ ସଚେତନ କରାଇବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ । ବିଶେଷ କରି ଅଜଣା ଫୋନ୍ ନମ୍ବରକୁ ରିସିଭ୍ ନକରିବା, କାହାକୁ ନିଜର ଓଟିପି ନମ୍ବର ନ ଦେବା, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ବିଭିନ୍ନ ସାଇବର ଅପରାଧୀମାନେ ବଡ଼ ବଡ଼ ପ୍ରଶାସନିକ ଅଧିକାରୀମାନଙ୍କ ନାମରେ ଫେକ୍ ଆଇଡି ଓ ଫେକ୍ ଫୋନ୍ ମାଧ୍ୟମରେ ବିଭିନ୍ନ ପ୍ରକାର ଭୟଭୀତ କରାଇ ଅର୍ଥ ଲୁଟୁଛନ୍ତି । ତେଣୁ ଏ ଦିଗରେ ବିଶେଷ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସାଲେପୁର ଥାନା ଅଫିସର ନୀଳମାଧବ ପଣ୍ଡା, ଧିରେନ୍ଦ୍ର ମଲ୍ଲିକ, ଏଏସ୍ଆଇ ସନ୍ତୋଷ ବେହେରା ପ୍ରମୁଖ ଉପସ୍ଥିତ ଥିବାବେଳେ ଆମ ପୁଲିସ ସଦସ୍ୟ ଜଗନ୍ନାଥ ବସ୍ତିଆ, ପୂର୍ବତନ ସରପଞ୍ଚ ସୁବାସ ଚନ୍ଦ୍ର ଦାଶ, ସରପଞ୍ଚ ଜ୍ଞାନରଂଜନ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ଦାଶ, ସରପଞ୍ଚ ପ୍ରତିନିଧି ବେଣୁଧର ପ୍ରଧାନ, ସମାଜସେବୀ ଗୋଲଖ ଚନ୍ଦ୍ର ପରିଡ଼ା, ସାମ୍ବାଦିକ ହୃଷିକେଶ ମଲ୍ଲିକ, ଅରବିନ୍ଦ ଭୂୟାଁ, ହେମନ୍ତ ଭୂୟାଁ, ପ୍ରତୁ୍ୟଷ ମହାନ୍ତି, ନାରାୟଣ ଭୂୟାଁ, ବିରଞ୍ଚôନାରାୟଣ କର, ନିଲୁ ବିଶ୍ୱାଳଙ୍କ ସମେତ ଆମ ପୁଲିସ ସମିତିର ବହୁ ସଦସ୍ୟମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।