ଡିଜେ ସାଉଣ୍ଡରେ କମ୍ପୁଛି ସହର


ାା ପ୍ରଭାନୁ୍ୟଜ ।ା କଟକ : ଆଗକୁ ଆସୁଛି ପାର୍ବଣ । ଗଣେଶ ପୂଜା ଠାରୁ ବାଜାବାଣ ରୋଷଣୀରେ କମ୍ପୁଛି ଭସାଣି ଶୋଭାଯାତ୍ରା । ଗଣେଶ ପୂଜା ପରେ ଭାଲୁକୁଣୀ ଓ ବିଶ୍ୱକର୍ମା ପୂଜା ମଧ୍ୟ ଶେଷ ହୋଇଛି । ଏଥିପାଇଁ ଭସାଣି ଶୋଭାଯାତ୍ରାଗୁଡ଼ିକ ପ୍ରତିଦିନ ଦେଖିବାକୁ ମିଳୁଛି । ସହରରେ କଟକଣା ଭିତରେ ଭସାଣି ପାଳନ ହେଉଥିଲେ ମଧ୍ୟ କଟକ ଜିଲ୍ଲାରେ ବିଭିନ୍ନ ଗ୍ରାମାଞ୍ଚଳ ଓ ଅର୍ଦ୍ଧ ସହରାଞ୍ଚଳରେ ଶବ୍ଦ ପ୍ରଦୂଷଣ ପାଇଁ ଥିବା କଟକଣା ନାମକୁ ମାତ୍ର ରହିଯାଇଛି । ଦିନ କେତେକ ଏହାକୁ କଡ଼ାକଡ଼ି ପାଳନ ପରେ ଏବେ ପୁଣି ନିୟମ ଉଲ୍ଲଙ୍ଘନ ହେଉଥିବା ଅଭିଯୋଗ ହେଉଛି । ସହରରେ ଡିଜେ ବ୍ୟାନ ହେବା ପରେ ଏବେ ଗାଁ ଗହଳିରେ ଭସାଣି ଶୋଭାଯାତ୍ରା ଡିଜେ ସାଉଣ୍ଡରେ କମ୍ପୁଛି । ହେଲେ ପୁଲିସ ନିରବଦ୍ରଷ୍ଟା ସାଜୁଥିବା ନେଇ ଅଭିଯୋଗ ହେଉଛି ।
ବିଶେଷ କରି ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ରହିଥିବା ଆଇନକୁ ମଧ୍ୟ ସଠିକ ଢ଼ଙ୍ଗରେ କାର୍ଯ୍ୟକାରୀ କରାଯାଇ ପାରୁନାହିଁ । ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶକ୍ରମେ ରାତି ୧୦ଟା ପରେ ଡାକବାଜି ଯନ୍ତ୍ର ବ୍ୟବହାର କରି ହେଉଥିବା ଶୋଭାଯାତ୍ରା ଉପରେ କଟକଣା ରହିଛି । ରାତି ୧୦ଟା ପରେ ବି ଶୋଭାଯାତ୍ରା ଚାଲିଛି । ଶବ୍ଦ ନିୟନ୍ତ୍ରଣ ପାଇଁ ସାଉଣ୍ଡ ଲିମିଟର ଲଗାଇବା ବାଧ୍ୟତାମୂଳକ ଥିଲେ ମଧ୍ୟ ଏହାକୁ ଉଲ୍ଲଙ୍ଘନ କରାଯାଉଛି । କେତେକ ଥାନାରେ ଶବ୍ଦ ମାପକ ଯନ୍ତ୍ର ନଥିବା ବେଳେ ବି ଅନେକ ଜାଗାରେ ଏଗୁଡ଼ିକ ଅଚଳ ହୋଇ ପଡ଼ିଛି । ସହରାଞ୍ଚଳ ପୁଲିସ ଆଇନ ୨୦୦୩ର ଧାରା ୩୨ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର କ୍ଷମତା ପୁଲିସକୁ ଦିଆଯାଇଛି । ସେହିପରି କେନ୍ଦ୍ରସରକାରଙ୍କ ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ଓ କଟକଣା ନିୟମ ୨୦୦୦ ଅନୁସାରେ ଆଇନ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । ଜିଲ୍ଲାପାଳ, ଏସ୍ପି ତଥା ସବ୍ଡିଭିଜନାଲ ଅଫିସରମାନଙ୍କୁ ମଧ୍ୟ କାର୍ଯ୍ୟାନୁଷ୍ଠାନ କ୍ଷମତା ପ୍ରଦାନ କରାଯାଇଛି । କିନ୍ତୁ ପୂଜା ପାର୍ବଣରେ ପୁଲିସ ସହରରେ ଯେପରି ତତ୍ପରତା ପ୍ରକାଶ କରୁଛି ଗ୍ରାମାଞ୍ଚଳରେ ସେପରି ଦେଖିବାକୁ ମିଳୁନାହିଁ । ଶୋଭାଯାତ୍ରା ପାଇଁ ପୁଲିସ ଅନୁମତି ମଧ୍ୟ ନିଆଯାଉନଥିବା ଅଭିଯୋଗ ହେଉଛିା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କହିବା ଅନୁସାରେ ସବୁ ଥାନାକୁ ଏଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି । ୬୫ ଡେସିବଲରୁ ଅଧିକ ଶବ୍ଦ ଉତ୍ପନ୍ନ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଦେ୍ର୍ଦଶ ଦେବା ପାଇଁ କୁହାଯାଇଛି ।