ଚିକିତ୍ସାଳୟରେ କ୍ୟାମେରା ଅଚଳ, ସୁରକ୍ଷା ନେଇ ପ୍ରଶ୍ନବାଚୀ
।ା ପ୍ରଭାନୁ୍ୟଜ ।ା ଚମ୍ପୁଆ : ସୁରକ୍ଷାକୁ ମଜବୁତ କରିବା ପାଇଁ ପ୍ରାୟତଃ ସିସି କ୍ୟାମେରା ସାଧାରଣରେ ପ୍ରାଧାନ୍ୟ ଦିଆଯାଉଥିବାବେଳେ ଉପଖଣ୍ଡ ଚିକିତ୍ସାଳୟରେ ଏହାର ବିପରୀତ ପ୍ରତିବିମ୍ବ ଦେଖିବାକୁ ମିଳିଛି । ୧୯୧୦ ମସିହାରେ ନିର୍ମିତ ଏହି ଚିକିତ୍ସାଳୟ ଏକ ରେଫରାଲ ମେଡିକାଲ ଭାବେ ପରିଚିତ । ବିଭିନ୍ନ ସମୟରେ ଅନେକ ସମସ୍ୟା ସହ ଲଢେଇ କରିଚାଲିଛି । ପୂର୍ବ ଅପେକ୍ଷା ବର୍ତ୍ତମାନ ଏହି ଚିକିତ୍ସାଳୟ ତାର ପରିସୀମା ବୃଦ୍ଧି କରିବା ସହିତ ରୋଗୀସେବା ପାଇଁ ନୂତନ ଭାବରେ ଆନୁସାଙ୍ଗିକ ଆବଶ୍ୟକତା ପୂରଣ କରି ବିଭିନ୍ନ ବିଭାଗ ଖୋଲିସାରିଲାଣି । ମାତ୍ର ଆଜକୁ ୫ରୁ ୬ ବର୍ଷ ତଳେ ଲାଗିଥିବା ୭ ଟି କ୍ୟାମେରା ଅଧାରୁ ଅଧିକ ଅଚଳ ହୋଇ ପଡିଥିବା ଏବଂ ନିୟୁ ବିଲ୍ଡିଂରେ କ୍ୟାମେରା ନଥିବାରୁ ଚିକିତ୍ସାଳୟର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି । ଅସାମାଜିକ ଗତିବିଧିକୁ ନିୟନ୍ତ୍ରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା କ୍ୟାମେରାର ଅଭାବ ବର୍ତ୍ତମାନ ପରିତାପର ବିଷୟ ପାଲଟିଛି । ୨୪ ଘଣ୍ଟା ସେବା ଯୋଗାଉଥିବା ଏହି ଚିକିତ୍ସାଳୟ ଉପରେ ଝାଡଖଣ୍ଡ, ମୟୁରଭଞ୍ଜ ଓ ସ୍ଥାନୀୟ ଅଂଚଳର ରୋଗୀ ନିର୍ଭର କରଥିବାରୁ ଦୈନିକ ଶତାଧିକ ରୋଗୀ ଚିକିତ୍ସା ପାଇଁ ଏଠାକୁ ଆସୁଛନ୍ତି । ଏପରିକି ଏହି ଚିକିତ୍ସାଳୟର ୨ଗୋଟି ପ୍ରବେଶକୁ ମିଶାଇ ପ୍ରସ୍ଥାନ ସହିତ ୬ ଗୋଟି ପଥ ରହିଛି । ପୂର୍ବରୁ ବହୁବାର ଚୋରି ହୋଇଥିଲେ ହେଁ କ୍ୟାମେରା ଅଭାବ ବିପଦ ନିୟନ୍ତ୍ରଣ ପରିବର୍ତ୍ତେ ବୃଦ୍ଧି କରିବାର ସହାୟକ ହେବ ବୋଲି ସମ୍ଭାବନା ରହିଛି । ଏ ନେଇ ଉପଖଣ୍ଡ ଚିକିସôାଧିକାରୀ ଉମାକାନ୍ତ ସାହୁଙ୍କୁ ପଚାରିବାରୁ କ୍ୟାମେରା ନ ହେଲେ ସୁରକ୍ଷା ବିଗିଡିବାର ସମ୍ଭାବନା ରହିଛି । ରୋଗୀ କଲ୍ୟାଣ ସମିତି ପକ୍ଷରୁ ଏତେ ଗୁଢାଏ କ୍ୟାମେରା ଲଗାଇବା ସମ୍ଭବ ହୋଇପାରୁନାହିଁ । ପୂର୍ବରୁ ଲାଗିଥିବା କ୍ୟାମେରା କିଛି ଖରାପ ହୋଇଯାଇଛି । ତେଣୁ ଜିଲ୍ଲା ଅଧିକାରୀଙ୍କୁ ୧୦୦ ଗୋଟି କ୍ୟାମେରା ଲଗାଇବାପାଇଁ ଅନୁରୋଧ କରାଯାଇଛି ।