ଗାଦି ମାଡି ବସିଛନ୍ତି ଡାକ୍ତର, ହେଉନି ବଦଳି


ାା ପ୍ରଭାନୁ୍ୟଜ ।ା ନୀଳଗିରି : ଦୀର୍ଘ ୨୨ବର୍ଷ ଧରି ନୀଳଗିରି ଡାକ୍ତରଖାନାରେ କୋଳି ଖାଇ ମଞ୍ଜି ପୋତିଥିବା ଭଳି ଡାକ୍ତର ଶୁଭ୍ରାଂଶୁ ଶେଖର ପରିଡ଼ା ଗାଦି ମାଡି ବସି ନିଜର ଆଧିପତ୍ୟ ଜାହିର କରୁଛନ୍ତି । ଫଳରେ ତାଙ୍କର ବଦଳି ନ ହେବାକୁ ନେଇ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଜଣେ ଡାକ୍ତର ରାଜ୍ୟ ସରକାରଙ୍କ ସବୁ ନିୟମକାନୁନକୁ ବେଖାତିର କରି ତଥା ଉଚ୍ଚ ଅଧିକାରୀଙ୍କ ଉପରେ ମନମାନୀ ଜାହିର କରି ଦୀର୍ଘ ୨୨ବର୍ଷ କାଳ ନୀଳଗିରି ଡାକ୍ତରଖାନାରେ ଆଧିପତ୍ୟ ବିସ୍ତାର କରିବା ଓ ତାଙ୍କର ଏଠାରୁ ବଦଳି ନ ହେବା  ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଦୀର୍ଘ ୨୨ବର୍ଷ ଧରି ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟକୁ କେତେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଆସିଛନ୍ତି ଓ ଯାଇଛନ୍ତି । ମାତ୍ର ନୀଳଗିରି ଡାକ୍ତରଖାନାର ଦୂରାବସ୍ଥା ଓ ଡାକ୍ତର ପରିଡ଼ାଙ୍କ ମନମାନିକୁ କେହି ବି ଦୃଷ୍ଟି ଦେଇନାହାନ୍ତି । ଯାହାଫଳରେ ଡାକ୍ତର ପରିଡ଼ାଙ୍କ ପାଦ୍ରୁର୍ଭାବ ଧୀରେ ଧୀରେ  ବଢ଼ିବାରେ ଲାଗିଛି । ଦୀର୍ଘ ୨୨ବର୍ଷ ଧରି ନୀଳଗିରି ଡାକ୍ତରଖାନାରେ ନିଯୁକ୍ତି ପାଇଥିବା ଡାକ୍ତର ଶୁଭ୍ରାଂଶୁ ଶେଖର ପରିଡ଼ା କେତେ ସମୟ ରୁହନ୍ତି ଓ କେତେ ରୋଗୀ ଚିକିତ୍ସା କରନ୍ତି । ତାହାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ସଠିକ୍ ତଥ୍ୟ ଲୋକଲୋଚନକୁ ଆସିପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରୁ ପ୍ରକାଶ । ସପ୍ତାହର ୩/୪ଦିନ ୨ଘଣ୍ଟା ପାଇଁ ନୀଳଗିରିକୁ ଆସି ରୋଗୀ ଚିକିତ୍ସା ବଦଳରେ ଅନ୍ୟ ଡାକ୍ତରମାନଙ୍କ ଉପରେ ଚାପ ପକାଇ ସାଧାରଣ ରୋଗୀମାନଙ୍କୁ ବାଲେଶ୍ୱରକୁ ରେଫର କରିଦେଇ ପଳାଇଯାଆନ୍ତି । ରାଜ୍ୟ ସରକାର ପ୍ରତି ୨/୩ବର୍ଷରେ ବଦଳି କରିବାର ନିୟମ ଥିବାବେଳେ ଡ଼ାକ୍ତର ପରିଡାଙ୍କ ପ୍ରତି ଏତେ ଅନୁକମ୍ପା କାହିଁକି? ନିଜକୁ ଡାକ୍ତରୀ ସଂଘର ଜଣେ ମଙ୍ଗୁଆଳ କହୁଥିବା ଡାକ୍ତର ଜଣଙ୍କୁ ଜିଲ୍ଲା ମୁଖ୍ୟଚିକିସôାଧିକାରୀ ଅବା ରାଜ୍ୟ ସରକାର ବଦଳି କରିବାକୁ ଡରୁଛନ୍ତି କି? ଜଣେ ଡାକ୍ତରଙ୍କ ପାଇଁ ନୀଳଗିରି ଡାକ୍ତରଖାନାରେ ଅବ୍ୟବସ୍ଥା ଦେଖା ଦେବା ରୋଗୀ ସେବା ବିପର୍ଯ୍ୟସ୍ଥ ହେବା, ରୋଗୀମାନେ ଦୁର୍ବ୍ୟବହାରରେ ଶିକାର ହେବା ଫଳରେ ଜନଅସନ୍ତୋଷ ଧୀରେ ଧୀରେ ବଢ଼ିବାରେ ଲାଗିଛି । ଦିବ୍ୟାଙ୍ଗ ଭାବେ ନିଜକୁ ପରିଚୟ ଦେଇ ହାତରେ ବାଡ଼ି ଧରି ନିଜ କାରକୁ ନିଜେ ଚଳାଇ ଆସି କାରକୁ ବ୍ଲକ ପଛପଟେ ରଖିଦେଇ ରାସ୍ତାରେ ଛୋଟେଇ ଛୋଟେଇ ଡାକ୍ତରଖାନାକୁ ଆସିବା ଓ ଡାକ୍ତରଖାନାରେ ପହଞ୍ଚô ବାଡିକୁ ରଖି ଦେଇ ରୋଗୀ ସେବା ନ କରି ଅନ୍ୟ ଡାକ୍ତରମାନଙ୍କ ଉପରେ ଜିଲ୍ଲା ଚିକିସôାଧିକାରୀଙ୍କ ଭଳି ହାକିମାତି ଦେଖାଇ ପୁଣି ବାଲେଶ୍ୱରକୁ ଫେରିଯିବା କେତେ ଦୂର ନ୍ୟାୟସଂଗତ ତାହା ବିଚାର୍ଯ୍ୟ । ଜଣେ ଡାକ୍ତରଙ୍କ ପାଇଁ ଡାକ୍ତରଖାନାର ପରିବେଶ ଯଦି କଳୁଷିତ ହେବାକୁ ଯାଉଛି? ତେବେ ଜିଲ୍ଲା ପ୍ରଶାସନ ତାଙ୍କ ପ୍ରତି ଅନୁକମ୍ପା ପ୍ରଦର୍ଶନ କରୁଛନ୍ତି କାହିଁକି? ଏହା ପଛରେ ରାଜନୈତିକ ଚାପ ନା ଅନ୍ୟ କିଛି ତାହାର ତଦନ୍ତ ଭିଜିଲାନ୍ସ ଦ୍ୱାରା କରାଇଲେ ଜଣାପଡ଼ିବ ବୋଲି ବୁଦ୍ଧିଜିବୀ ମହଲରୁ ଦାବି ହେଉଛି ।