ବିଜେପିର ସଦସ୍ୟତା ଅଭିଯାନ ପ୍ରସ୍ତୁତି ବୈଠକ 


ାା ପ୍ରଭାନୁ୍ୟଜ ।ା ବାଲେଶ୍ୱର,: ବାଲେଶ୍ୱର ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ସଭାପତିତ୍ୱରେ ଜିଲ୍ଲା କାର୍ଯ୍ୟାଳୟରେ ସଦସ୍ୟତା ଅଭିଯାନ କର୍ମଶାଳାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ସାମୂହିକ ବନେ୍ଦ ମାତରମ୍ ଗାନ ଓ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ ଜୀଙ୍କୁ ସ୍ମୃତି ଦିବସରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ନୀରବ ପ୍ରାର୍ଥନା କରାଯାଇଥିଲା । ବୈଠକରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ମହାପାତ୍ର ପ୍ରାରମ୍ଭିକ ସୂଚନା ସହିତ କର୍ମଶାଳା ପାଇଁ ବିଭନ୍ନ ବିଭାଗୀୟ ଦାୟିତ୍ୱ ବଣ୍ଟନ କରିଥିଲେ । ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କର୍ମଶାଳା ସମ୍ବନ୍ଧୀୟ ବିସ୍ତୃତ ଆଲୋଚନା କରିଥିଲେ । ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦୀପ ପଣ୍ଡା, ରାଜ୍ୟ ଯୁବମୋର୍ଚ୍ଚା କୋଷାଧ୍ୟକ୍ଷ ରାଜେଶ ମହାକୁଡ଼ ଓ ଜିଲ୍ଲା ସମ୍ପାଦକ ଆଶିଷ ଘୋଷ ପ୍ରମୁଖ ମଞ୍ଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି କମଳା ବିନ୍ଧାଣୀ, ମହିଳା ମୋର୍ଚ୍ଚା ସଭାନେତ୍ରୀ ସିପ୍ରାରେଖା ମହାପାତ୍ର, ଓବିସି ମୋର୍ଚ୍ଚା ସଭାପତି ଅରବିନ୍ଦ ବେହେରା, ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର, କୃଷକମୋର୍ଚ୍ଚା ସଭାପତି ଅନୀଲ ସାହୁ, ଏସ୍ସି ମୋର୍ଚ୍ଚା କାର୍ଯ୍ୟକାରୀ ସଭାପତି ସଂସ୍କୃତ ଶାସ୍ତ୍ରୀ ସନ୍ତୋଷ ସେଠୀ, ସମ୍ପାଦକ ବିଜୟ ସାହୁ ଓ ସସ୍ମିତା ଚାନ୍ଦ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ, ସହସଂଯୋଜକ ରଣଜିତ ପୁଷ୍ଟି, ସୁଇଟି ବିରିକ, ପ୍ରାଶାନ୍ତି ପଣ୍ଡା, ସ୍ୱାଧିନ ପଣ୍ଡା, କୌଶିକ ଚାନ୍ଦ, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ସୁରଝଙ୍କାର ସେଠୀ, ଏସଟି ମୋର୍ଚ୍ଚା ସଭାପତି ବିପିନ ମାରାଣ୍ଡି, ସୁକାନ୍ତି ଦେବ ଗୋସ୍ୱାମୀ, ମଧୁଶ୍ରୀ ପଣ୍ଡା, ଜୁବଲି ମହାନ୍ତି ଓ ମନୋରଞ୍ଜନ ବେହେରା, ସୁମନ୍ତ ମହାଳିକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଜିଲ୍ଲା ଉପସଭାପତି କମଳ ଲୋଚନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।