ପୁଲିସର ସଚେତନତା କାର୍ଯ୍ୟକ୍ରମ
ଯାଜପୁର ଟାଉନ: ଯାଜପୁର ପୁଲିସ ପକ୍ଷରୁ ନୂତନ ଆଇନ ପ୍ରଣୟନ ସମ୍ପର୍କରେ ଓ ନିଶା ନିବାରଣ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସଚେତନତା କାର୍ଯ୍ୟକ୍ରମରେ ଡିଏସ୍ପି ଶରତ ଚନ୍ଦ୍ର ପାତ୍ର, ଜିଲ୍ଲା ଶିକ୍ଷାଧିକାରୀ ନିତ୍ୟାନନ୍ଦ ବାରିକ, ପ୍ରଧାନଶିକ୍ଷୟିତ୍ରୀ ଅନିତା ନାୟକ, ଶମ୍ଭୁନାଥ ଦାସ, ଶିକ୍ଷୟିତ୍ରୀ ମମତା ସେଠୀ, ଏସ୍ଆଇ ମହେନ୍ଦ୍ର କୁମାର ସେଠୀ, ଏଏସଆଇ ଲଳିତମୋହନ ମିଶ୍ର, ଏଏସ୍ଆଇ ପିକେ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଆଲୋଚନା ମାଧ୍ୟମରେ ନୂତନ ଆଇନ ସମ୍ପର୍କରେ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ବରିଷ୍ଠ ନାଗରିକ ବୁଦ୍ଧିଜୀବୀଙ୍କୁ କାର୍ଯ୍ୟକ୍ରମରେ ଅବଗତ କରାଯାଇଥିଲା । ନିଶା କାରବାର ବୃଦ୍ଧି ଘଟୁଥିବାରୁ ଏହି ନିଶା ସେବନ ପ୍ରତି ଛାତ୍ରଛାତ୍ରୀ ଓ ଯୁବବର୍ଗ ଆକୃଷ୍ଠ ହେଉଥିବା ସମ୍ପର୍କରେ ଆଲୋଚନା କରାଯିବା ସହ ନିଶା ସେବନରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା ।