ସିଂହପୁରରେ ଦୋଳ ଉତ୍ସବ 

 ସିଂହପୁର : ସିଂହପୁର ରଧାଗୋବିନ୍ଦ ଜୀଉ ବଡ଼ ଠାକୁର ବାଡ଼ିରେ ଦୋଳ ଉତ୍ସବ ସମାରୋହରେ ପାଳନ କରାଯାଉଛି । ୧୦ ତାରିଖ ଠାରୁ ଆରମ୍ଭ ହୋଇଥିବା ଦୋଳ ଉସôବ ୧୪ତାରିଖ ପୂର୍ଣ୍ଣମୀ ଦିନ ଉଦଯାପିତ ହେବ । ଠାକୁର୍ ବିଭାନରେ ଗ୍ରାମ ପରିକ୍ରମା କରୁଛନ୍ତି । ଶତାଧିକ ପୁରୁଷ ଓ ମହିଳା ଶ୍ରଦ୍ଧାଳୁଙ୍କ ହରିବୋଲ ହୁଳହୁଳିରେ ଗ୍ରାମ ପ୍ରଙ୍କପିତ ହେଉଛି । ରାଧାଗୋବିନ୍ଦ ଜୀଉ କମିଟିର ସମ୍ପାଦକ ମଳୟ କୁମାର ଥାଟୋଇ, ରାମନାରାୟଣ ବଳିଆର ସିଂହ, ଅସିତ୍ କୁମାର ଧଳ, ସୁନିଲ କୁମାର ସାହୁ, ଉମେଶ ଚନ୍ଦ୍ର ଥାଟୋଇ, ରମେଶ ଦାସଙ୍କ ସମେତ କମିଟିର ସଦସ୍ୟ ଓ ବହୁ ଶ୍ରଦ୍ଧାଳୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି ।