ଠିକା ଶ୍ରମିକ ସାମୁଖ୍ୟ ପକ୍ଷରୁ ଏନଆଇଏନଏଲକୁ ଦାବିପତ୍ର
ସୁକିନ୍ଦା: କଳିଙ୍ଗନଗର ଠିକା ଶ୍ରମିକ ସାମୁଖ୍ୟ ପକ୍ଷରୁ ନୀଳାଚଳ କର୍ତୃପକ୍ଷଙ୍କୁ ଚେତାବନୀ ଦାବୀ ପତ୍ର ପ୍ରଦାନ କରାଯାଇଛି । ସୂଚନା ମୁତାବକ ଶ୍ରମିକ ମାନଙ୍କ ବକେୟା ପାଉଣା ପ୍ରଦାନ, ନୀଳାଚଳରେ ଶ୍ରମିକ ମାନଙ୍କୁ ଆଲାଉନ୍ସ ଲାଗୁ କରିବା, ସ୍ଥାନୀୟ ବାସିନ୍ଦାଙ୍କୁ ସ୍କିଲ ଆସେସମେଂଟ ବନ୍ଦ ଦାବିରେ କଳିଙ୍ଗନଗର ଠିକା ଶ୍ରମିକ ସାମୁଖ୍ୟ ସଂଘର ଆବାହକ ସୁଧାଂଶୁ ଶେଖର ସାହୁଙ୍କ ପକ୍ଷରୁ ନୀଳାଚଳ କର୍ତୃପକ୍ଷଙ୍କୁ ଚେତାବନୀ ଦାବୀ ପତ୍ର ପ୍ରଦାନ କରାଯାଇଛି । ଆଗମୀ ୭ଦିନ ମଧ୍ୟରେ ଦାବି ଗୁଡ଼ିକ ପୁରଣ ନହେଲେ ଶ୍ରମିକ ସଙ୍ଘ ପକ୍ଷରୁ ଆନେ୍ଦାଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।