୬ରେ ଅଙ୍ଗଦାନ ମହୋତ୍ସବ
ାା ପ୍ରଭାନୁ୍ୟଜ ।ା କବାଟବନ୍ଧ : ଧର୍ମଶାଳା ବ୍ଲକ ମର୍ଜିତାପୁର ପଞ୍ଚାୟତ କଲ୍ୟାଣ ମଣ୍ଡପରେ ଆସନ୍ତା ୬ ତାରିଖ ମଙ୍ଗଳବାର ଅନୁଷ୍ଠିତ ହେବ ଅଙ୍ଗଦାନ ମହୋତ୍ସବ । କବାଟବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଡ.ନିହାର ରଞ୍ଜନ କରଙ୍କ ଉଦ୍ୟମ ଏବଂ ସଚେତନ ନାଗରିକ ମଞ୍ଚ ସହଯୋଗରେ ଚକ୍ଷୁ, ବୃକକ, ଯକୃତ, ହୃତପିଣ୍ଡ, ଫୁସଫୁସ, ଅଗ୍ନାଶୟ ଭଳି ଅଙ୍ଗ ଦାନ ମହୋସôବ ହେବ । ଯାହା ୪ ଦିନ ଧରି ଚାଲୁ ରହିଥିଲା । ଗ୍ରାମାଞ୍ଚଳରେ ଲୋକମାନଙ୍କୁ ଅଙ୍ଗଦାନ କରିବା ପାଇଁ ଗତ ଏପ୍ରିଲ ମାସ ୧୯ତାରିଖରେ ମର୍ଜିତାପୁର ହିଙ୍ଗୁଳା ଯାତ୍ରାରେ ଡାକ୍ତର କରଙ୍କ ଉଦ୍ୟମରେ ସଚେତନ ନାଗରିକ ମଞ୍ଚକୁ ନେଇ ଆରମ୍ଭ କରିଥିଲେ ଅଙ୍ଗଦାନ କାର୍ଯ୍ୟକ୍ରମ । ଯାହାକି ଯାତ୍ରାରେ ୨୪୭ ଜଣ ପୁରୁଷ ଓ ମହିଳା ସ୍ୱଇଚ୍ଛାରେ ଅଙ୍ଗଦାନ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ । ଏଥିନିମନ୍ତେ କିପରି ୭ଟି ର ଅମୁଲ୍ୟ ଜୀବନ ବଞ୍ଚି ପାରିବ ତାହାକୁ ଆଖି ଆଗରେ ରଖି ଅଙ୍ଗଦାନ ମହୋତ୍ସବର ଆୟୋଜନ କରାଯାଇଛି । କାର୍ଯ୍ୟକ୍ରମରେ ଭାରତ ଶରୀର ଓ ଅଙ୍ଗଦାନ ସମିତି ଅଧ୍ୟକ୍ଷ ଡକ୍ଟର ପ୍ରଭାସ ଆଚାର୍ଯ୍ୟ ଯୋଗଦେଇ ଅଙ୍ଗଦାନ ବ୍ୟକ୍ତି ମାନଙ୍କୁ ସ୍ୱୀକୃତି ଓ ପ୍ରଶଂସା ପତ୍ର ପ୍ରଦାନ କରିବେ । ସ୍ୱଇଚ୍ଛାରେ ଅଙ୍ଗଦାନ କରିବାକୁ ଡ.ନିହାର ରଞ୍ଜନ କର ଏବଂ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଅନୁରୋଧ କରାଯାଇଛି ।