ଭାଲୁଖାଇ ଜଗନ୍ନାଥ ମନ୍ଦିରରେ ସୁନାବେଶ
ଧର୍ମଶାଳା: ଧର୍ମଶାଳା ବ୍ଲକ ଭାଲୁଖାଇସ୍ଥିତ ଜଗନ୍ନାଥ ମନ୍ଦିରରେ ଠାକୁରଙ୍କ ସୁନାବେଶ ହୋଇଯାଇଛି । ମନ୍ଦିରରୁ ଠାକୁର ୩ ଦିନ ପାଇଁ ମାଉସୀମା ମନ୍ଦିରକୁ ଯାଇ ଗତକାଲି ବାହୁଡାରେ ମନ୍ଦିରକୁ ଫେରିଛନ୍ତି । ରଥାରୁଡ ଠାକୁରଙ୍କୁ ସୁନାବେଶ କରାଯାଇଛି । ଅପରାହ୍ନରେ ଠାକୁରଙ୍କ ନିତିକାନ୍ତି ପୂଜା ସରିବା ପରେ ବ୍ରାହମଣ ମାନେ ରଥାରୁଡ ଠାକୁରଙ୍କୁ ସୁନାବେଶ କରାଇଥିଲେ ।
ପରେ ଭକ୍ତମାନଙ୍କ ଦର୍ଶନ ନିମନ୍ତେ ଛଡାଯାଇଥିଲା । ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଅନୁଷ୍ଠିତ ଠାକୁରଙ୍କ ସୁନାବେଶ ଦେଖିବା ସହିତ ଇରା ମହାନ୍ତିଙ୍କ ଦ୍ୱାରା ପରିବେଶିତ ଭଜନ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା୧୯ଜଣ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆୟୋଜିତ ସମ୍ବର୍ଦ୍ଦନା କାର୍ଯ୍ୟକ୍ରମରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖହର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତିତ୍ୱ ହାସଲ କରିଥିବା ବ୍ୟକ୍ତିଙ୍କୁ ମାନପତ୍ର ଓ ଉପଢୋକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସମସ୍ତ କାର୍ଯ୍ୟକୁ ମନ୍ଦିର କମିଟିର କାର୍ଯ୍ୟକାରୀ ସଭାପତି କଳ୍ପତରୁ ସାହୁ,ଉପସଭାପତି ପ୍ରଭୁଦତ ଜେନା, ସମ୍ପାଦକ ମନୋଜ କୁମାର ରଣା,କୋଷାଧ୍ୟକ୍ଷ ଅଭୟ କୁମାର ରାଉତ, ସହ ସମ୍ପାଦକ ଜ୍ଞାନେନ୍ଦ୍ର ରାଉତ, ରାଜେଶ କୁମାର ପାଳ, ଜିତେନ୍ଦ୍ର ରାଉତ,କାର୍ତିକ ଚନ୍ଦ୍ର ସ୍ୱାଇଁ, କେଳୁ ଚରଣ ନାୟକ, ପ୍ରଶନ୍ନ କୁମାର ବରାଳ, ପ୍ରଫୁଲ୍ଲ ଶର, ସୁନିଲ ରାଉତରାୟ, ପ୍ରଦୀପ୍ତ ରାଉତ, ଜିତେନ୍ଦ୍ର ସାମଲ, ସବ୍ୟସାଚୀ ବେହେରା, ଇନ୍ଦ୍ରମଣି ମହାନ୍ତି, ଗଜେନ୍ଦ୍ର ବେହେରା, ଅଶୋକ କୁମାର ଜେନା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।