ତିଗିରିଆ ଛକ ପାଲଟିଛି ମରଣଯନ୍ତା


ାା ପ୍ରଭାନୁ୍ୟଜ ।ା ବାଲିକୁଦା: ବଡ଼ଚଣା ବ୍ଲକ ବାଲିପଡିଆ ପଞ୍ଚାୟତ ତିଗିରିଆ ଛକ ପାଲଟିଛି ମରଣଯନ୍ତା । ଏହି ଛକରେ ଏକ ପୋଲ ରହିଛି । ହେଲେ ପୋଲଟି ଏତେ ତଳୁଆ ଯେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି । ପୋଲଟି ପଟ୍ଟାମୁଣ୍ଡାଇ କେନାଲ ବନ୍ଧ ରାସ୍ତାକୁ ସଂଯୋଗ କରୁଛି । ବାଲିଚନ୍ଦ୍ରପୁର ଠାରୁ ପଟ୍ଟାମୁଣ୍ଡାଇ ପର୍ଯ୍ୟନ୍ତ ପ୍ରତିଦିନ ଶତାଧିକ ଗାଡ଼ିମଟର ଦ୍ରୁତ ଗତିରେ ଯାତାୟାତ କରୁଥିବାରୁ ପୋଲରୁ ଉପରକୁ ଉଠୁଥିବା ଲୋକ ଦୁଇ ପଟ ଦେଖିନପାରି ଦୁର୍ଘଟଣାର ସମ୍ମୁଖିନ ହେଉଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଲେ ଦୁର୍ଘଟଣା ଏଡାଇ ଯାଇ ପାରନ୍ତା ।