ସ୍ୱଭାବକବିଙ୍କ ଶ୍ରାଦ୍ଧ ଶତବାର୍ଷିକୀ

ସମ୍ବଲପୁର: ଓଡ଼ିଶା ସାଂସ୍କୃତିକ ସମାଜ ପକ୍ଷରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୦୦ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ବର୍ଷବ୍ୟାପୀ କାର୍ଯ୍ୟକ୍ରମର ଆଜି ଶୁଭ ଉଦଘାଟନ କରାଯାଇଛି । ଅରବିନ୍ଦ ମହାପାତ୍ର କାର୍ଯ୍ୟକ୍ରମର ଉଦଘାଟନ କରି ସାମ୍ପ୍ରତିକ ସମୟରେ ଗଙ୍ଗାଧର ସାହିତ୍ୟର ପ୍ରାସଙ୍ଗିକତା ଉପରେ କହିଥିଲେ । ବର୍ଷବ୍ୟାପୀ କାର୍ଯ୍ୟକ୍ରମ ପରିଚାଳନା ପାଇଁ ଗୈ ।ରୀଦାସ ପଧାନଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି । ଶ୍ରୀପଧାନ "ଗଙ୍ଗାଧର ଓ ସମ୍ବଲପୁର’ ବିଷୟ ଉପରେ ଆଲୋଚନା କରିବା ସହିତ କମିଟି ପକ୍ଷରୁ ନିଆଯିବାକୁ ଥିବା କାର୍ଯ୍ୟକ୍ରମ ଗୁଡିକ ଉପରେ ଆଲୋକପାତ କରିଥିଲେ । ସ୍ୱାଗତ ଭାଷଣ ଓ ପ୍ରାରମ୍ଭିକ ସୂଚନା ଦେଇ ସମ୍ପାଦକ ଡଃ ସିଦ୍ଧାର୍ଥ ପଣ୍ଡା କହିଲେ ଯେ ଗଠନ ହେବା ଦିନଠାରୁ ଓଡ଼ିଶା ସାଂସ୍କୃତିକ ସମାଜ ଗଙ୍ଗାଧର ଓ ମେହେର ସାହିତ୍ୟ ଉପରେ ବରାବର କାର୍ଯ୍ୟ କରି ଆସିଛି । ଉପସଭାପତି ଶିବ ନାରାୟଣ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ବିଷୟ ସହିତ ସତ୍ୟନାରାୟଣ ବହିଦାର ଗ୍ରନ୍ଥାବଳୀର? ମୁଦ୍ରଣ ସମ୍ପର୍କରେ ମଧ୍ୟ ଚର୍ଚ୍ଚା ହୋଇଥିଲା । ଦୀପକ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏଥିପାଇଁ ଏକ କମିଟି ଗଠନ କରାଯାଇଛି । ସବ୍ୟସାଚୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।