ବେତନଟୀ ସିଡିପିଓଙ୍କ କାର୍ଯ୍ୟାଳୟରେ ଅବ୍ୟବସ୍ଥା 

ାା ପ୍ରଭାନୁ୍ୟଜ ।ା ବୈଶିଙ୍ଗା : ମୟୂରଭଞ୍ଜ ଜିଲ୍ଲାରେ ଶିକ୍ଷାର ଉନ୍ନତି ଦିଗରେ ସରକାରଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀ କେତେ ଯେ ତତ୍ପର ତାହା ଶୈଶବ ଶିକ୍ଷା ଯଥା ଅଙ୍ଗନବାଡ଼ି ଶିକ୍ଷାକୁ ଦେଖିଲେ ଅନୁମାନ କରି ହେଉଛି । ଜିଲ୍ଲାରେ ମୋଟ ୨୬ଟି ବ୍ଲକର ଅନେକ ଜାଗାରେ ବର୍ତ୍ତମାନ ସୁଦ୍ଧା ଅନେକ କେନ୍ଦ୍ରର ନିଜସ୍ୱ ଗୃହ ନାହିଁ ତ କେଉଁ ଅଙ୍ଗନବାଡିରେ କର୍ମଚାରୀର ଅଭାବ ତ କେଉଁଠି ବିଭାଗୀୟ କାର୍ଯ୍ୟାଳୟ ପରିସରରେ କର୍ମଚାରୀ ଅଭାବ ଯୋଗୁଁ ସଠିକ୍ ଭାବେ ଚାଲିପାରୁନି ତଦାରଖି ପ୍ରକ୍ରିୟା ଭଳି ଅନେକ ସମସ୍ୟା ଲାଗି ରହିଛି ।  ସେହିପରି ବେତନଟୀ ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ)ଙ୍କ ଅଧୀନରେ ମୋଟ ୨୮୨ ଟି ଅଙ୍ଗନବାଡ଼ି କେନ୍ଦ୍ର ରହିଥିବାବେଳେ ଶିଶୁ ମାନଙ୍କର ଶିକ୍ଷା ବ୍ୟବସ୍ଥାରେ ଅଙ୍ଗନାବାଡି କେନ୍ଦ୍ର ଗୁଡିକର  ଭିତ୍ତିଭୂମି ଏକ ମୁଖ୍ୟ ସମସ୍ୟା ଭାବେ ଛିଡା ହୋଇଥିବାର ଦେଖାଯାଇଛି । ବେତନଟୀ ବ୍ଲକ ସିଡିପିଓଙ୍କ ଅଧୀନରେ ଗଡଦେଉଳିଆ, ବୈଶିଙ୍ଗା, ପୁରିନ୍ଦା, ଖୁଣ୍ଟାପୁର, ଦହିକୋଟୀ, ବେତନଟୀ, ଅଁଳା, ପାଟଳିପୁରା, ଆଗ୍ରିଆ, ସନ୍ତରା ଭଳି ୧୦ଟି ସେକ୍ଟର ଥିବାବେଳେ ଏହାର ପର୍ଯ୍ୟବେକ୍ଷଣ ପାଇଁ ୧୦ଜଣ ସୁପରଭାଇଜର ଆବଶ୍ୟକ ଥିବାବେଳେ ଏବେ ମାତ୍ର ୩ଜଣ ସୁପରଭାଇଜର ସମସ୍ତ କାର୍ଯ୍ୟ ତୁଲାଉଥିବାର ଦେଖିବାକୁ ମିଳିଛି । ଯାହାଫଳରେ ୧୦ଟି ସେକ୍ଟର ଅଧୀନର ସମସ୍ତ ୨୮୨ଟି ଅଙ୍ଗନବାଡିର ପର୍ଯ୍ୟବେକ୍ଷଣ କାର୍ଯ୍ୟ ଏହି ୩ଜଣ ସୁପରଭାଇଜର ତୁଲାଉଥିବାର ଦେଖାଯାଇଛି । ଯାହାଫଳରେ ବିଭିନ୍ନ ଅଙ୍ଗନବାଡିସ୍ତରରେ ଅନେକ ସମସ୍ୟା ଉପୁଜୁଛି । ଗତ କିଛି ଦିନ ହେବ ବେତନଟୀ ବ୍ଲକ ବୈଶିଙ୍ଗା ଥାନା ଅଧୀନ ନଡପୁର ପଞ୍ଚାୟତରେ ଟକରଗଡିଆରେ ଏକ ଅଭାବନୀୟ ଘଟଣା ଘଟିଯାଇଥିଲା । ଗ୍ରାମବାସୀଙ୍କ କହିବା ମୁତାବକ ସେଠାକାର ଅଙ୍ଗନବାଡି କର୍ମୀଙ୍କ ମନମୁଖୀ ଭାବେ କେନ୍ଦ୍ରକୁ ଦୀର୍ଘଦିନ ପର୍ଯ୍ୟନ୍ତ ବନ୍ଦ ରଖିବା, ପିଲାମାନଙ୍କୁ ଉପଯୁକ୍ତ ପୃଷ୍ଟିକର ଖାଦ୍ୟ ନ ଦେବା ଏବଂ ସେମାନଙ୍କର ଖାଦ୍ୟ ନେଇଯିବା ଭଳି ଅନେକ ସଙ୍ଗୀନ ଅଭିଯୋଗ ଆଣି କେନ୍ଦ୍ରକୁ ତାଲା ପକାଇ ବନ୍ଦ କରି ପ୍ରତିବାଦ କରିଥିଲେ । ନିୟମ ଅନୁଯାୟୀ ଯଦି ସମସ୍ତ ସେକ୍ଟରରେ ଜଣେ ଜଣେ ସୁପରଭାଇଜର କାର୍ଯ୍ୟ କରନ୍ତେ ତାହାଲେ ଶିଶୁ ବିକାଶ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟରେ ଏହିପରି ସମସ୍ୟା  ସୃଷ୍ଟି ହୁଅନ୍ତା ନାହିଁ । ଜିଲ୍ଲା ବିଭାଗୀୟ  ଅଧିକାରୀ ତଥା ମୟୂରଭଞ୍ଜ ଜିଲ୍ଲାପାଳ ଏହି ଖାଲିଥିବା ସୁପରଭାଜର ପଦବୀ ପୂରଣ କରିବା ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।