ରାଷ୍ଟ୍ରପତିଙ୍କୁ ‘ପୋର ଲେଡି’ କହିଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ:ଶୁକ୍ରବାର ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିଛନ୍ତି । ତେବେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ରାଷ୍ଟ୍ରପତିଙ୍କୁ  ସେ ‘ପୋର ଲେଡି’ ବୋଲି କହିଛନ୍ତି । ରାଷ୍ଟ୍ରପତିଙ୍କ ଭାଷଣ ବୋରିଂ ଓ ‘ପୋର ଲେଡି’ ବୋଲି କହି ସୋନିଆ ତାଚ୍ଛଲ୍ୟ କରିଛନ୍ତି । ଅଭିଭାଷଣ ପଢ଼ି ରାଷ୍ଟ୍ରପତି ଶେଷରେ ଥକି ଯାଇଥିବା ସୋନିଆ କହିଛନ୍ତି । ତେବେ ସୋନିଆଙ୍କ ମନ୍ତବ୍ୟ ପରେ ସାରାଦେଶରେ ଏନେଇ ପ୍ରତିକ୍ରିୟା ଦେଖାଦେଇଛି ।