ଅବହେଳାରୁ ନବଜାତକ ମୃତ !
କାକଟପୁର : ପୁରୀ ଜିଲ୍ଲା କାକଟପୁର ୟୁକୋ ବ୍ୟାଙ୍କ କେନାଲ ରୋଡ଼ ସ୍ଥିତ "ଶ୍ରୀ ସାଇ ହସ୍ପିଟାଲ" ନାମରେ ଆସିଛି ସଙ୍ଗୀନ ଅଭିଯୋଗ । ଶ୍ରୀ ସାଇ ହସ୍ପିଟାଲରେ ଗର୍ଭବତୀ ମହିଳାଙ୍କ ଅସ୍ତ୍ରପ୍ରଚାର ହୋଇ ଶିଶୁ ଜନ୍ମ ହେବା ପରେ ମୃତୁ୍ୟ ହେବାର ଘଟଣାକୁ ନେଇ ପରିବାର ତରଫରୁ ଥାନାରେ ଅଭିଯୋଗ ହୋଇଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ବେଗୁନିଆବସ୍ତ ଗ୍ରାମର ରଞ୍ଜନ ସ୍ୱାଇଁଙ୍କ ପନôୀଙ୍କର ପ୍ରସୂତି ଥିବା ବେଳେ ହସ୍ପିଟାଲରେ କାର୍ଯ୍ୟରତ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡକ୍ଟର ଅପରେସନ କରାଇଥିଲେ । କିନ୍ତୁ ଚିକିତ୍ସା ଅବହେଳାରୁ ନବଜାତ ଶିଶୁ କନ୍ୟା ର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସ୍ୱାସ୍ଥ୍ୟ କାର୍ଡ ମାଧ୍ୟମରେ ଗରିବ ଲୋକଙ୍କ ଚିକିସôା କରାଯାଉଛି ବୋଲି ହସ୍ପିଟାଲ କହୁଥିବା ବେଳେ ଏହି ଘଟଣାରେ ହସ୍ପିଟାଲ ପକ୍ଷରୁ ବିଭିନ୍ନ ଆଳ ଦେଖାଇ ଟଙ୍କା ସରିଯାଇଛି କହି ଚିକିସôା ନକରି ଘରକୁ ପଠାଇ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଲଟ୍ରାସାଉଣ୍ଡ ଓ ଆଇସିୟୁ ବ୍ୟବସ୍ଥା ନଥାଇ ୫ବର୍ଷ ହେବ ଏପରି ଅସ୍ତ୍ରପ୍ରଚାର କରାଯାଉଛି । ମହିଳାଙ୍କ ଉକ୍ତ ରକ୍ତଚାପ ସହିତ ମଧୁମେହ ସମସ୍ୟା ପରି ଅନ୍ୟାନ୍ୟ ଶାରିରୀକ ସମସ୍ୟା ମଧ୍ୟ ରହିଥିଲା ଅସ୍ତ୍ରପ୍ରଚାର ରେ ଜନ୍ମ ହୋଇଥିବା ନବଜାତ ଶିଶୁ ଟି ଘରେ ପହଞ୍ଚିବାର କିଛି ଘଣ୍ଟା ପରେ ଅଧିକ ଅସୁସ୍ଥ ହୋଇଯିବା କାରଣରୁ , ପୁନଃର୍ବାର ଶ୍ରୀ ସାଇ ହସ୍ପିଟାଲ୍ କୁ ପରିବାର ଲୋକ ଆଣିଥିଲେ । କିନ୍ତୁ ଆଣିବା ସମୟରେ ବାଟରେ ନବ ଜାତ ଶିଶୁ ଟିର ମୃତୁ୍ୟ ହୋଇଥିଲା । ହସ୍ପିଟାଲ ଭିତରେ ମୃତ ଶିଶୁର ଶରୀର କୁ ରଖି ପ୍ରତିବାଦ ଜଣାଇ, କାକଟପୁର ଥାନାର ଦ୍ୱାରସ୍ଥ ହୋଇଥିଲେ ପରିାବର ଲୋକେ । କିନ୍ତୁ ଘଟଣା ଟିକୁ ଚପାଇ ଦେବା ପାଇଁ ପ୍ରଶାସନ ପାଖରେ ଅର୍ଥ କାରବାର ହୋଇଛି ବୋଲି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ମୃତ ଶିଶୁ କନ୍ୟାର ପରିବାର । ଅନ୍ୟପଟେ ଶ୍ରୀ ସାଇ ହସ୍ପିଟାଲ୍ ମୁଖ୍ୟ ପରିଚାଳକ ମନିସ କୁମାର ଓ ଶେଖ୍ ନଇମ୍ ଏହି ଅଭିଯୋଗ କୁ ଖଣ୍ଡନ କରିବା ସହିତ, ହସ୍ପିଟାଲ୍ ଚିକିସôା ରେ କୌଣସି ଭୁଲ୍ ହୋଇନାହିଁ ବୋଲି ଗଣମାଧ୍ୟମ ରେ ପ୍ରତିକ୍ରିୟା ରଖିଛନ୍ତି । ବାସ୍ତବିକ୍ ରେ ଏହିପରି ଘଟଣାକୁ ଦେଖି ଅଞ୍ଚଳବାସୀ ଭୟଭୀତ ହେବା ସହିତ ବିଶ୍ୱାସ ହରାଉଛନ୍ତି । ସେବା ଯୋଗାଇଦେବା ବଦଳରେ ହସ୍ପିଟାଳ ଆର୍ଥିକ ଶୋଷଣ କରୁଥିବା ସ୍ଥାନୀୟ ଲୋକେ କହଛନ୍ତି । ଏହାର ସଠିକ୍ ତଦନ୍ତ କରାଯାଇ ଦୋଷୀକୁ ଗିରଫ କରାଯାଉ ବୋଲି ଜନସାଧାରଣ ଦାବି କରିଛନ୍ତି ।