ନିୟମିତ କଫି ପିଉଥିଲେ ମୃତ୍ୟୁର ଆଶଙ୍କା କମ୍

 ଅଫିସରେ ବସି ରହି କାମ କରିବା ଫଳରେ ଦିନକୁ ଦିନ ରୋଗ ସମସ୍ୟା ବଢିଚାଲିଛି। ଏହାରି ମଧ୍ୟରେ ବସି ରହି କାର୍ଯ୍ୟ କରୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ କଫି କିପରି ଉପକାରୀ ହୋଇପାରେ ତାହା  ବୈଜ୍ଞାନିକ ଜାଣିବାକୁ ପାଇଛନ୍ତି।

ଗୋଟିଏ ସ୍ଥାନରେ ଦୀର୍ଘ ସମୟ ବସି ରହୁଥିଲେ ବି ନିୟମିତ ଭାବେ କଫି ପିଉଥିବା ଲୋକଙ୍କର ବିଭିନ୍ନ କାରଣରୁ ମୃତ୍ୟୁ ହେବାର ଆଶଙ୍କା କମ୍ ବୋଲି ଅନୁଧ୍ୟାନକାରୀମାନେ ଜାଣିବାକୁ ପାଇଛନ୍ତି। ଅନୁଧ୍ୟାନ ଅନୁସାରେ, ଯେଉଁମାନେ ଦୀର୍ଘ ସମୟ ଧରି ବସି ରହି କାର୍ଯ୍ୟ କରୁଛନ୍ତି, କିନ୍ତୁ ପ୍ରତିଦିନ କଫି ପିଉଥିଲେ ନ ପିଇବା ଲୋକଙ୍କ ତୁଳନାରେ ବିଭିନ୍ନ କାରଣରୁ ମୃତ୍ୟୁ ହେବାର ସମ୍ଭାବନା କମ୍ ଥିବା ସାଇନ୍ସ ଆଲର୍ଟ ରିପୋର୍ଟ କରିଛି।

ଏଥିରୁ ଜଣାଗଲା ଯେ, କଫି ସେବନ ଏକ ବସିବା ଜୀବନଶୈଳୀ ଫଲୋ କରୁଥିବା ବ୍ୟକ୍ତିର ହୃଦ ରୋଗରେ ମୃତ୍ୟୁ ଏବଂ ସାମଗ୍ରିକ ମୃତ୍ୟୁ ହେବର ସମ୍ଭାବନା କମ୍। କୌତୁହଳର କଥା ହେଉଛି କି, ଯେଉଁମାନେ ଅଧିକ ସମୟ ବସି ରହୁଥିଲେ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ କଫିର ପ୍ରଭାବ ଅଧିକ ଦେଖା ଯାଇଥିଲା। ସେହିପରି, ଯେଉଁମାନେ ଦୀର୍ଘ ସମୟ ଧରି ବସି ରହିଥିଲେ ଏବଂ ଅଧିକ କଫି ପିଉଥିଲେ ସେମାନଙ୍କର ନ ପିଇଥିବା ଲୋକଙ୍କ ତୁଳନାରେ ସାମଗ୍ରିକ ମୃତ୍ୟୁ ହେବାର ଆଶଙ୍କା କମ୍ ଦେଖା ଦେଇଥିଲା।

ତେବେ ଶରୀରରେ କଫିର ଏହି ପ୍ରତିରକ୍ଷା ପ୍ରଭାବର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। କିନ୍ତୁ ପୂର୍ବ ଅନୁସନ୍ଧାନରୁ ଜଣାପଡିଛି ଯେ, କଫି ସେବନ ସହ ଦୀର୍ଘାୟୁ ଓ ସ୍ୱାସ୍ଥ୍ୟକର ଜୀବନ ମଧ୍ୟରେ ଏକ ସଂଯୋଗ ରହିଛି। ଅଧ୍ୟୟନରେ କଫିନ ଟାଇପ୍-୨ ମଧୁମେହ ଏବଂ ହୃଦରୋଗର କମ୍ ବିପଦ ସହ ଜଡ଼ିତ।

 କେତେକ କଫି ଉପାଦାନ ଏପରିକି ମସ୍ତିଷ୍କକୁ ଡିଜେନେରେଟିଭ ରୋଗରୁ ମଧ୍ୟ ରକ୍ଷା କରିପାରେ ବୋଲି ପୂର୍ବ ଅଧ୍ୟୟନରୁ ଜଣାପଡ଼ିଛି।