ଭୂକମ୍ପ ପରେ ୩୦୦ ଥର ଝଟକା

ଭୂକମ୍ପ ପରେ ୩୦୦ ଥର ଝଟକା

ତାଇପେଇ : ଭୂକମ୍ପ ପରେ ୩ ଶହ ଥର ଝଟକା ଲାଗିଛି  । ଯାହାକୁ ନେଇ ଲୋକମାନେ ଭୟରେ ଥରି ଉଠିଛନ୍ତି  । ଭୂକମ୍ପ ଯୋଗୁଁ ଏଯାଏଁ ୧୦ ଜଣଙ୍କର ମୃତୁ୍ୟ ଘଟିଥିବାବେଳେ ହଜାର ହଜାର ଲୋକ ଗୁରୁତର ଆହତ ହୋଇଛନ୍ତି  । ତେବେ ବିଭିନ୍ନ ହୋଟେଲ, ନିର୍ମାଣଧୀନ ସ୍ଥାନ ଆଦିରେ ୭ ଶହରୁ ଉଦ୍ଧ୍ୱର୍ ଲୋକ ଫସି ରହିଥିବା କୁହାଯାଉଛି  । ସେପଟେ ଜାପାନରେ ଆଜି ଏକ ଭୂକମ୍ପ ପୁଣି ଲୋକଙ୍କୁ ଡରାଇ ଦେଇଛି  ।
ବାରବାର ଭୂକମ୍ପ ପରର ଝଟକା ଲାଗୁଥିବାରୁ ଲୋକମାନେ ଡରରେ ଆଉ ଘରେ ଶୋଉନାହାନ୍ତି  । ବାହାରେ ଟେଣ୍ଟ ଟାଣି ଶୋଇବାକୁ ବାଧ୍ୟ ହୋଇଛନ୍ତି  । ତାଇୱାନର ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ଏବେବି ୬୯୦ ଲୋକଙ୍କର ପତା ମିଳୁନାହିଁ  । ବିଶେଷକରି ନାସନାଲ ପାର୍କରେ ଥିବା ହୋଟେଲ କର୍ମଚାରୀମାନେ ଫସି ରହିଛନ୍ତି  । ଏଯାଏଁ ବି ସେମାନଙ୍କ ସହ ଯୋଗାଯୋଗ ସମ୍ଭବପର ହୋଇପାରିନାହିଁ  । ଭୂକମ୍ପ ପରେ ପରେ ଆଖାପାଖ ଦେଶରେ ସୁନାମୀ ଆଲର୍ଟ ମଧ୍ୟ ଜାରି କରାଯାଇଛି  ।
ରାସ୍ତାଗୁଡ଼ିକ ଏବେବି ବନ୍ଦ ରହିଥିବାବେଳେ ରେଳସେବା ଧିରେଧିରେ ସ୍ୱାଭାବିକ ହେଉଛି  । ହେଲିକପ୍ଟର ଜରିଆରେ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରିରହିଛି  । ବାରବାର ଭୂକମ୍ପ ଯୋଗୁଁ ସେଠାରେ ଘରଗୁଡ଼ିକ ଅତ୍ୟାଧୁନିକ ପ୍ରଯୁକ୍ତିରେ ନିର୍ମାଣ କରାଯାଇଛି  ।