ସରିଲା ‘ଶିକ୍ଷା ସପ୍ତାହ’ କାର୍ଯ୍ୟକ୍ରମ ନୂତନ ଶୈକ୍ଷିକ ପ୍ରଣାଳୀ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ମିଳିବ ଗୁଣାତ୍ମକ ଶିକ୍ଷା
ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର,: ସଫଳତାର ସହ ସମାପ୍ତ ହୋଇଛି ‘ଶିକ୍ଷା ସପ୍ତାହ’ କାର୍ଯ୍ୟକ୍ରମ । କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ, ନୂଆଦିଲ୍ଲୀର ନିଦେ୍ର୍ଦଶ କ୍ରମେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନଗୁଡିକରେ ୭ ଦିନବ୍ୟାପୀ ବିଭିନ୍ନ ଦିବସ ପାଳନ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ଜାତୀୟ ଶିକ୍ଷାନୀତି-୨୦୨୦ର ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁକୁ ନେଇ ଏହି ‘ଶିକ୍ଷା ସପ୍ତାହ’ ପାଳନ କରାଯାଉଛି । ବ୍ୟକ୍ତିତ୍ୱ ବିକାଶର ପ୍ରାଥମିକତା ରୂପେ ଶିକ୍ଷାକୁ ଗୁରୁତ୍ୱ ଦେଇ ‘ଶିକ୍ଷା ସପ୍ତାହ’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସୋମବାର ଏହି ଶିକ୍ଷା ସପ୍ତାହର ଶେଷ ଦିନରେ ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଗୋଷ୍ଠୀ ସମ୍ପୃକ୍ତି ଦିବସ ପାଳନ କରାଯାଇଛି । ଶିକ୍ଷା ସପ୍ତାହର ପ୍ରଥମ ଦିବସ ଶିକ୍ଷଣ ସାମଗ୍ରୀ ଦିବସ ପାଳନ କରାଯାଇଥିଲା । ଶିକ୍ଷକ-ଶିକ୍ଷୟିତ୍ରୀମାନେ ନୂତନ ଶିକ୍ଷଣ ପ୍ରଣାଳୀ ସମ୍ପର୍କରେ ଅବଗତ ହୋଇଥିଲେ । ଦ୍ୱିତୀୟ ଦିବସ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକଙ୍କୁ ନେଇ କର୍ମଶାଳା, ଆଲୋଚନା, ଅଧିବେଶନ ଆଦି ଆୟୋଜନ କରାଯାଇଥିଲା । ତୃତୀୟ ଦିବସକୁ କ୍ରୀଡା ଦିବସ ରୂପେ ପାଳନ କରାଯାଇଥିଲା । ଏହା ଆଧାରରେ ଛାତ୍ରଛାତ୍ରୀଙ୍କ ମାନସିକ ବିକାଶ ସମେତ ଶାରୀରିକ ବିକାଶକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା । ଚତୁର୍ଥ ଦିବସକୁ ସାଂସ୍କୃତିକ ଦିବସ ଦିବସ ପାଳନ କରାଯାଇଥିବା ବେଳେ ପଞ୍ଚମ ଦିବସକୁ ଦକ୍ଷତା ଓ ଡିଜିଟାଲ ପ୍ରୋସôାହନ ଦିବସ ଦିବସ ଭାବରେ ପାଳନ କରାଯାଇଥିଲା । ସେହିପରି ଷଷ୍ଠ ଦିବସକୁ ସ୍କୁଲ ପୋଷଣ ଦିବସ ଭାବେ ପାଳନ କରାଯାଇଥିଲା । ଶେଷରେ ସପ୍ତମ ଦିବସକୁ ଗୋଷ୍ଠୀ ସମ୍ପୃକ୍ତି ଦିବସ ଭାବେ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ସୁବିଧା ଅନୁସାରେ ରବିବାର ଓ ସୋମବାର ମଧ୍ୟରୁ ଗୋଟିଏ ଦିନ ପାଳନ କରାଯାଇଛି ।