ପରିମଳ ବ୍ୟବସ୍ଥା ପାଇଁ ବ୍ୟାଟେରୀ ଗାଡ଼ି ଯୋଗାଇଲା ବ୍ଲକ ପ୍ରଶାସନ
ଜୟପୁର : ଜୟପୁର ବ୍ଲକ ପ୍ରଶାସନ ବ୍ଲକରେ ରହିଥିବା ୨୨ ଗୋଟି ପଞ୍ଚାୟତକୁ ପ୍ରଥମ ଦଫାରେ ୨୨ ଗୋଟି ଅଳିଆ ଆବର୍ଜନା ଉଠାଇବା ପାଇଁ ବେଟିରି ଚାଳିତ ଗାଡି ଯୋଗାଇଛି । ଏହି ବେଟିରୀ ଚାଳିତ ଗାଡି ଗୁଡ଼ିକୁ ଜୟପୁର ବିଧାୟକ ଉଦଘାଟନ କରିଥିଲେ ଏବଂ ଆଗାମୀ ଦିନରେ ବଡ ବଡ ରାଜସ୍ୱ ଗ୍ରାମକୁ ବିଧାୟକ ପାଣ୍ଠିରୁ ଅତିରିକ୍ତ ୧୦ ଗୋଟି ଅଳିଆ ଆବର୍ଜ୍ଜନା ଉଠାଇବା ପାଇଁ ଦେବାକୁ ଘୋଷଣା କରିଥିଲେ । ଉକ୍ତ ବେଟିରି ଚାଳିତ ଗାଡି ଗୁଡ଼ିକୁ ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ଗ୍ରାମ୍ୟ ପରିମଳ ବ୍ୟବସ୍ଥା ସୁଧାରିବାକୁ କ୍ରୟ କରାଯାଇଥିବା ଗୋଷ୍ଟି ଉନ୍ନୟନ ଅଧିକାରୀ ଶକ୍ତି ମହାପାତ୍ର କହିଥିଲେ ଏବଂ ସଂଗ୍ରହ କରାଯାଇଥିବା ଆବର୍ଜନା ଜୟପୁର ପୌରର ଏମସିସିକୁ ପଠା ଯିବା ପାଇଁ ନିଷ୍ପତ୍ତି ହୋଇଛି ।ଏହି କାର୍ଯ୍ୟକ୍ରମରେ ବ୍ଲକ ପ୍ରଶାସନର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।