କୃଷ୍ଣସାର ମୃଗ ସ୍ଥାନାନ୍ତରଣକୁ ବିରୋଧ


ାା ପ୍ରଭାନୁ୍ୟଜ୍ ।ା ଆସିକା: ଗଞ୍ଜାମ ଜିଲ୍ଲା କୃଷ୍ଣସାର ମୃଗ ସଂରକ୍ଷଣ ସମିତି ପକ୍ଷରୁ ଦକ୍ଷିଣ ଘୁମୁସର ବନାଞ୍ଚଳରୁ କୃଷ୍ଣସାର ମୃଗ ସ୍ଥାନାସ୍ତରିତକୁ ବିରୋଧ କରି ଗଂଜାମ ଜିଲ୍ଲା କୃଷ୍ଣସାର ମୃଗ ସଂରକ୍ଷଣ ସମିତି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ସୋମବାର ଦିନ ଆସିକା ବହୁମୁଖୀ ସମବାୟ ସମିତି ସମ୍ମିଳନୀ କକ୍ଷରେ କୃଷ୍ଣସାର ମୃଗ ସଂରକ୍ଷଣ ସମିତିର ସଭାପତି ଅମୁଲ୍ୟ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ଭେଟନଇ ଅଞ୍ଚଳରୁ ପ୍ରାୟ ମାଇ ଓ ଅଣ୍ଡିରାକୁ ମିଶାଇ ଆଠ ରୁ ଦଶ ଗୋଟି କୃଷ୍ଣସାର ମୃଗକୁ ପୁରୀ ବନାଞ୍ଚଳ ର କୋଣାର୍କ ବାଲୁଖଣ୍ଡ  ଅଭୟାରଣ୍ୟକୁ ସ୍ଥାନାନ୍ତରିତ ପାଇଁ ହେଉଥିବା ମସୁଧାକୁ ସମିତି ବିରୋଧ କରି ସାମ୍ବାଦିକ ସମ୍ମିଳନୀ କରି ମୃଗ ସୁରକ୍ଷା ନେଇ ମୃଗ ସୁରକ୍ଷା ସମିତି ସଭାପତି ଅମୁଲ୍ୟ ଉପାଧ୍ୟାୟ ଉଠାଇଛନ୍ତି ପ୍ରଶ୍ନ । ରାଜ୍ୟ ସରକାର ପକ୍ଷରୁ ପୁରୀ ବନାଞ୍ଚଳର କୋଣାର୍କ ବାଲିଖଣ୍ଡ ଅଞ୍ଚଳକୁ କିଛି ମାଇ ଏବଂ ଅଣ୍ଡିରା ହରିଣକୁ ସ୍ଥାନାସ୍ତାରିତ କରିବା  ଯୁକ୍ତିଯୁକ୍ତ  ନୁହେଁ ବୋଲି ତଥ୍ୟ ଉପସ୍ଥାପନ କରିଥିଲେ । କୃଷ୍ନସାର ମୃଗ ସ୍ଥାନାସ୍ତରିତ ହେଉଥିବା ଜଗାଟି ସମୁଦ୍ର ଅଞ୍ଚଳ ହୋଇଥିବାରୁ ମୃଗ ସେଠି ବଂଚିବା ପାଇଁ ଅନୁକୂଳ ପରିବେଶ  ନୁହେଁ ବୋଲି ଯୁକ୍ତି ବାଢିଛନ୍ତି । ଯଦି ବନ ବିଭାଗ ଏଥିରୁ ନିବୃତ୍ତ ନରହେ ତେବେ ମୃଗ ସୁରକ୍ଷା ସମିତି ଏହାର ଘୋର ବିରୋଧ କରିବ ବୋଲି ସଭାପତି ଅମୂଲ୍ୟ ଉପାଧ୍ୟାୟ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏହି ସମ୍ମିଳନୀରେ ସମିତିର ଅନ୍ୟତମ ସଦସ୍ୟ କୃଷ୍ଣ ଗୌଡ଼, ପ୍ରଶାନ୍ତ ପାଳ, କୃଷ୍ଣଚନ୍ଦ୍ର ମହାନ୍ତି, ୱାର୍ଡ ସଭ୍ୟ ବୁଲୁ ଗୌଡ଼ ଉପସ୍ଥିତ ଥିଲେ ।