ପ୍ରତିଶ୍ରୁତି ପାଳନ କରିବା ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ
ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର, : ଭୋଟ ପାଇଁ ଘୋଷଣା ସର୍ବସ୍ୱ ସାଜିଥିଲା ପୂର୍ବତନ ନବୀନ ସରକାର । ନିର୍ବାଚନ ବୈତରଣୀ ପାର ହେବା ଲାଗି ରାଜ୍ୟ ରାଜକୋଷକୁ ଖୋଳ କରିଥିଲା ବିଜେଡି । ନିର୍ବାଚନ ଜିତିବା ପାଇଁ ନବୀନ ପଟ୍ଟନାୟକଙ୍କ ଟିମ୍ ହୀନ ଷଡଯନ୍ତ୍ର ରଚି ବର୍ଷକରେ ୧୪୦ଟି ଯୋଜନା ଆଣି ଓଡିଶାର ଲୋକଙ୍କୁ ଭକୁଆ ବନାଇବାକୁ ଅପଚେଷ୍ଟା କରିଥିଲେ । ଯୋଜନା ନାମରେ ବ୍ୟାପକ ମାତ୍ରାରେ ହରିଲୁଟ୍ କରି ବିଜେଡିର ଦଳୀୟ କର୍ମୀ ଓ ନେତାଙ୍କୁ ପୋଷା ଯାଇଥିଲା । ନବୀନ ସରକାରରେ ପ୍ରତି ଯୋଜନା ପାଇଁ ମାତ୍ର ହଜାରେ ଟଙ୍କା ବ୍ୟୟବରାଦ କରାଯାଉଥିଲା । ନବୀନଙ୍କ ଏଭଳି ହୀନଚକ୍ରାନ୍ତକୁ ଭଲଭାବେ ବୁଝି ସାରିଥିବା ଓଡିଶାବାସୀ ଶେଷରେ ତାଙ୍କୁ କ୍ଷମତାଚୁ୍ୟତ କଲେ । ବିଜେପି ସରକାର ଲୋକଙ୍କ ସରକାର । ଲୋକଙ୍କ ହିତ ପାଇଁ “ନେମ୍ ଚେଞ୍ଜର” ବି “ଗେମ୍ ଚେଞ୍ଜର” ବି ହେବ ବିଜେପି ବୋଲି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି । ଅନ୍ୟକୁ ଜୁମଲା ସରକାର କହୁଥିବା ନବୀନ ବାବୁ ନିଜେ ଜଣେ ବଡ ଜୁମଲା । ୨୫ ବର୍ଷ ଧରି ନବୀନ ବାବୁ କେନ୍ଦ୍ରୀୟ ଯୋଜନାରେ ନିଜ ନାଁ ଦେଇ ଓଡିଶାକୁ ଚଳେଇ ଆସୁଥିଲେ । ମୁଖ୍ୟମନ୍ତ୍ରୀ ଶାସନରେ ଥିବା ବେଳେ ସୋହେଲାରେ ୧୦୦ ଟଙ୍କା ଘୋଷଣା କରିଥିଲେ କିନ୍ତୁ ତାହାକୁ ଦେଲେ ନାହିଁ । ସେହିପରି ପିଠା ଯୋଜନାରେ ମା’ମାନଙ୍କୁ ଭଣ୍ଡାଇ ଥିଲେ । ବିଜୁ ଯୁବ ବାହିନୀ ଗଠନ କରି ଯୁବକମାନଙ୍କ ସହିତ ବଡ ଜୁମଲା କଲେ । ଏଭଳି ଅନେକ ଉଦାହରଣ ସୃଷ୍ଟି କରିଛନ୍ତି ଖୋଦ୍ ନବୀନ ବାବୁ ଏବଂ ବର୍ତମାନ ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ନବଗଠିତ ବିଜେପି ସରକାର ଉପରେ ମିଥ୍ୟା ଆରୋପ ଲଗାଉଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱ ବିଜେପି ସରକାରର ପ୍ରଥମ ବଜେଟ୍କୁ ସବୁ ବର୍ଗର ଲୋକ, ବୁଦ୍ଧିଜୀବୀ ଓ ବିଭିନ୍ନ ଅନୁଷ୍ଠାନ ସ୍ୱାଗତ କରୁଥିବାବେଳେ ନବୀନ ବାବୁ ତାହାକୁ ବିରୋଧ କରୁଛନ୍ତି । ଓଡିଶାବାସୀଙ୍କୁ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ କରିବା ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।