ଉପଖଣ୍ଡରେ ଶିକ୍ଷା ଅଭିଯାନ ବାଟବଣା

ାା ପ୍ରଭାନୁ୍ୟଜ୍ ।ା ଆନନ୍ଦପୁର: ପରିଚାଳନାଗତ ତୃଟି ଯୋଗୁଁ ଉପଖଣ୍ଡର ସମଗ୍ର ଶିକ୍ଷା ଅଭିଯାନ ବାଟବଣା ହେଇଥିବା ଦେଖିବାକୁ ମିଳିଛି । ଦାୟିତ୍ତ୍ୱରେ ଥିବା ଉଚ୍ଚ ପଦାଧିକାରୀ ମାନେ ପ୍ରିୟପ୍ରୀତି ତୋଷଣ ହେଉ ଅବା ସିଆରସିସି ଏବଂ ଉଚ୍ଚ ଅଧିକାରୀଙ୍କ ମଧୁଚନ୍ଦ୍ରକା କାରଣକୁ ନେଇ ହେଉ ତଦାରଖରେ ଗୁରୁତ୍ତ୍ୱ ଦେଉନଥିବା ଯୋଗୁଁ ଶିକ୍ଷା ବ୍ୟବସ୍ଥା ଦୁର୍ବଳ ହେବାରେ ଲାଗିଛି । ସୂଚନା ଅନୁଯାୟୀ ଓଡ଼ିଶା ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ନିୟମ ଭୁବନେଶ୍ୱରଙ୍କ ନିୟମ ଅନୁଯାୟୀ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ସିଆରସିସି ମାନଙ୍କୁ ୫ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଥାଏ । ଏପରିକି ମାନ୍ୟବର ଉଚ୍ଚନ୍ୟାୟାଳୟ କେସ ନମ୍ବର ଡବ୍ଲୁପିସି ୧୫୯୧୫/୧୬.୦୫.୨୦୧୪ରେ କୌଣସି ସିଆରସିସି ୫ବର୍ଷରୁ ଅଧୀକ ସମୟ ରହିପାରିବେନାହିଁ ବୋଲି ରାୟ ଶୁଣାଇଥିଲେ । ସେହିପରି ଜିଲ୍ଲା ପ୍ରକଳ୍ପ ସଂଯୋଜକ ନିଯୁକ୍ତିପତ୍ରରେ ସିଆରସିସିମାନଙ୍କୁ ୫ ବର୍ଷ ପାଇଁ ନିଯୁକ୍ତି ଦେବା ନେଇ ଉଲ୍ଲେଖ ରହିଛି । ମାତ୍ର କେନ୍ଦୁଝର ଜିଲ୍ଲାରେ ୧୩ ଗୋଟି ବ୍ଲକରେ ୬୦ରୁ ଊଦ୍ଧ୍ୱର୍ ସିଆରସିସି ୫ବର୍ଷ ପୂରଣ କରିସାରିଥିଲେ ମଧ୍ୟ ନିଜନିଜ ଗାଦି ମାଡ଼ିବସିଛନ୍ତି । ଆନନ୍ଦପୁର ବ୍ଲକର ହରିଡ଼ାପାଳ, ଆନନ୍ଦପୁର, ପଞ୍ଚୁପୋଲି, କାଠକଟା, କୋଳିମାଟି, ଘସିପୁରା ବ୍ଲକର ଅଳତୀ, ମଦନପୁର, କେଶଦୁରାପାଳ, ଭଣ୍ଡାରିଡିହା ଏବଂ ହାଟଡିହି ବ୍ଲକର ସଡଙ୍ଗ, ବାଙ୍ଗୋର, ସୋସ, ଢେଙ୍କା, ସଢା, ଆମ୍ବୋ, ବାଲିବରେଇ, ପଢିଆରିପଲ୍ଲୀ ସିଆରସିସିମାନଙ୍କ କାର୍ଯ୍ୟକାଳ ଶେଷ ହୋଇସାରିଥିଲେ ମଧ୍ୟ ସେମାନଙ୍କୁ ମୂଳ ବିଦ୍ୟାଳୟକୁ ଅପସାରଣ କରାଯାଇନାହିଁ । ସେହିପରି ଆନନ୍ଦପୁର ବ୍ଲକର ପଦ୍ମପୁର, କୋଡପଡା, ଫକୀରପୁର, ପଣସଡିହା, ଘସିପୁରା ବ୍ଲକର ରାମଚନ୍ଦ୍ରପୁର, ବାଲିବରୁଆଁ, କଅଁସ ହାଟଡିହି ବ୍ଲକର ମୁଗୁପୁର, ମରେୟୀଗାଁ ଏବଂ ହଦଗଡ଼ ସିଆରସିସି ପଦବୀ ଖାଲି ପଡ଼ିଥିଲେ ମଧ୍ୟ ସେଗୁଡିକୁ ପୂରଣ କରାଯାଉନାହିଁ । ତେବେ ୫ ବର୍ଷ ପୂରଣ କରିଥିବା ସିଆରସିସିମାନଙ୍କୁ ମୂଳ ବିଦ୍ୟାଳୟକୁ ଫେରାଇଆଣିବା ସହ ଖାଲି ପଡ଼ିଥିବା ସିଆରସିସି ପଦବୀ ପୂରଣ ପାଇଁ ବିଭାଗୀୟ ପଦକ୍ଷେପ ନେବାକୁ ସାଧାରଣରେ ଦାବି ଜୋର ହେଉଛି ।