ଅଙ୍ଗନୱାଡିରେ ଇ-କେୱାଇସି ସମସ୍ୟା

ଅଙ୍ଗନୱାଡି କେନ୍ଦ୍ରରେ ହିତାଧିକାରୀ ଅନେକ ପୁଷ୍ଟିକର ଖାଦ୍ୟ ପାଇବାର ବ୍ୟବସ୍ଥା ରହିଛି । କିନ୍ତୁ କେୱାଇସିର ନୂଆ ବ୍ୟବସ୍ଥା ପାଇଁ ସମସ୍ୟା ଭୋଗୁଛନ୍ତି ଲକ୍ଷାଧିକ ହିତାଧିକାରୀ । କେଉଁଠି ଇଣ୍ଟରନେଟ୍‌ ସମସ୍ୟା ତ ଆଉ କେଉଁଠି ଆପ୍ଲିକେସନ୍‌ରେ ସମସ୍ୟା । ଆଧାର କାର୍ଡ ଠିକ୍‌ ଥିଲେ ବି ଅନେକ ହିତାଧିକାରୀଙ୍କର ଚେହରା ଯାଞ୍ଚ ଠିକ୍‌ ଭାବେ ହୋଇପାରୁନି । ରାଜ୍ୟର ଉପାନ୍ତ ଅଞ୍ଚଳଠାରୁ ରାଜଧାନୀ ଯାଏଁ ସବୁଠି ସମାନ ସମସ୍ୟା ।  ସରକାରୀ ଯୋଜନା ମୁତାବକ ଅଙ୍ଗନଓ୍ୱାଡି କେନ୍ଦ୍ରରୁ ମିଳିଥାଏ ଅନେକ ସୁବିଧା । ଘରକୁ ରାସନ ନେବାର ଯୋଜନା ବି ରହିଛି । ସେହିପରି ଚିନ୍ତା ବଢ଼ାଇଛି ଅଙ୍ଗନୱାଡ଼ିରେ ଫେସ୍‌ ଭେରିଫିକେସନ୍‌ ବ୍ୟବସ୍ଥା । ଅଙ୍ଗନଓ୍ୱାଡି ଦିଦି ନିଜ ମୋବାଇଲରୁ ଏକ ସ୍ୱତନ୍ତ୍ର ଆପରେ ହିତାଧିକାରୀଙ୍କର ଫେସ୍‌ ଭେରିଫିକେସନ୍‌ ବା ଚେହରା ଯାଞ୍ଚ କରୁଛନ୍ତି । ହେଲେ ଏବେ ଏହି ଇ-କେୱାଇସିକୁ ନେଇ ଦେଖାଦେଇଛି  ଦ୍ୱନ୍ଦ୍ୱ  । ଇ-କେୱାଇସି ଅପଡେଟ୍ ନହେବାରୁ ସରକାରୀ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ହିତାଧିକାରୀ । କିନ୍ତୁ ଏନେଇ ମନ୍ତ୍ରୀଙ୍କୁ ଜଣାଇନାହିଁ ବିଭାଗ ।