ରାଷ୍ଟ୍ରଦୀପ ପାଠକ ସମ୍ମିଳନୀ

 ଧର୍ମଶାଳା : ଜାରକାସ୍ଥିତ ପ୍ରୟାଗ କଲ୍ୟାଣ ମଣ୍ଡପ ଠାରେ ରାଷ୍ଟ୍ରଦୀପ ପାଠକ ସମିତି ପକ୍ଷରୁ ୬୦ ବର୍ଷ ପୂର୍ତ୍ତ ଅବସରରେ ରାଷ୍ଟ୍ରଦୀପ ପାଠକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଶ୍ରମିକ ନେତା ନୃସିଂହ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ମିଳନୀରେ ଅତିଥିଭାବେ ରାଷ୍ଟ୍ରଦୀପ ସମ୍ପାଦକ ଚିତରଞ୍ଜନ ମହାପାତ୍ର ଯୋଗଦେଇ ଆଲୋକପାତ କରିଥିଲେ । ଅଖିଳ ଭାରତୀୟ ସାହିତ୍ୟ ପରିଷଦର ରାଜ୍ୟ ସମ୍ପାଦକ ସନ୍ତୋଷ ମହାପାତ୍ର, ଅଧ୍ୟାପକ ସୁଶାନ୍ତ ପଣ୍ଡା, ସମାଜସେବୀ ଈଶ୍ୱର ପ୍ରଧାନ ଯୋଗଦେଇ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତି ଅର୍ଜନ କରିଥିବା ଧର୍ମଶାଳା ଅଞ୍ଚଳର ୫ଜଣ ବ୍ୟକ୍ତି ବିେଶେଷଙ୍କୁ  ସମ୍ବର୍ଦ୍ଧିତ କରାଯାଇଥିଲା । ବିବେକାନନ୍ଦ ଜେନା, ଶଶୀକାନ୍ତ ସାମଲ, ଧିରେନ ନାୟକ, ଦିଲ୍ଲୀପ ସ୍ୱାଇଁ, ପରମେଶ୍ୱର ପଣ୍ଡା, ଚିତରଞ୍ଜନ ମହାନ୍ତି, ସବିତା ମିଶ୍ର, ଅକ୍ଷୟ ଗୋଛାୟତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।