ନଦୀପଠା, ଗ୍ରାମ୍ୟ ରାସ୍ତା କଡରେ ମାଳମାଳ ଇଟାଭାଟି
ହିଞ୍ଜିିିଳିକାଟୁ : ହିିଞ୍ଜିଳିକାଟୁ ତହସିଲ ଅଧିନ ବିଭିନ୍ନ ଗ୍ରାମାଞ୍ଚଳର ନଦୀପଠା ଠାରୁ ଆରମ୍ଭ କରି ରାସ୍ତାକଡ଼ରେ ଗଢି ଉଠିଛି ମାଳମାଳ ଇଟାଭାଟି । ତାହା ବି ପ୍ରଶାସନର ଗୋଚରରେ । ଅଦାଲତ, ସରକାର ଓ ପ୍ରଶାସନର ଅଙ୍କୁଶକୁ ବି ଖାତିର ନାହିଁ ସେମାନଙ୍କର । ଏହା ଉପରେ ରୋକ୍ ଲଗାଇବାରେ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରିବାକୁ ସାହସ ଜୁଟାଇପାରୁନି କାହିଁକି ଏନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସବୁ ଆଇନ କେବଳ ଟେବୁଲ ତଳ ଫାଇଲ ତଳେ । ବିଭାଗୀୟ ଅଧିକାରୀ ସତେ ଯେପରି ନିଘୋଡ଼ ନିଦ୍ରାରେ ଶୋଇଥିବା ଭଳି ମନେ ହେଉଛି । ପରିବେଶ ପ୍ରଦୂଷଣକୁ ରୋକିବା ଦିଗରେ ସରକାର ଫ୍ଲାଏଆସ୍ ଇଟାର ବ୍ୟବହାରକୁ ଗୁରୁତ୍ୱ ଦେଉଥିବା ବେଳେ ଏହାକୁ ଇଟାଭାଟି ମାଲିକମାନେ ମାନିବାକୁ ନାରାଜ । ସରକାରଙ୍କ ସମସ୍ତ ନିଦେ୍ର୍ଦଶକୁ ବେଖାତିର କରି ସେମାନେ ମନମାନୀ ଚଳାଉଛନ୍ତି । ହିଞ୍ଜିିିଳିକାଟୁ ତହସିଲ ଅଧିନ ଖରିଡ଼ା, ଆଲପୁର, ·ନ୍ଦୁଲି, ବାଳକୃଷ୍ଣପୁର, ବେଲଗାଁ, ଗଣ୍ଡଳା, ଭାବନ୍ଦ, ଶିଖରପୁର ଭଳି ବିଭିନ୍ନ ଗ୍ରାମରେ ଛତୁ ଫୁଟିଲା ଭଳି ବେଆଇନ ଇଟାଭାଟି ଦେଖିବାକୁ ମିଳୁଛି । ସବୁଠାରୁ ଉଦବେଗର ବିଷୟ ହେଲା ଏ ସମସ୍ତ ଇଟାଭାଟି ରାଜସ୍ୱ ନିୟମକୁ ଖୋଲାଖୋଲି ଉଲଙ୍ଘନ କରୁଛନ୍ତି । ରାଜସ୍ୱ ନିୟମ ଅନୁସାରେ ଜନବସତି, ନଦୀତଟ, ରାଜରାସ୍ତାଠୁ ୫ଶହ ମିଟର ଦୂର ଓ ·ଷ ଜମିରେ ଇଟାଭାଟି ନିର୍ମାଣ ଉପରେ ନିଷେଧାଦେଶ ଜାରି କରାଯାଇଛି । ହିିଞ୍ଜିଳିକାଟୁ ତହସିଲ ଅଧିନସ୍ଥ ବିଭିନ୍ନ ରାଜସ୍ୱ ଗ୍ରାମରେ ଏଭଳି ସ୍ଥାନରେ ହିଁ ଗଢି ଉଠିଛି ମାଟିପୋଡ଼ା ଇଟାଭାଟି । କେତେକ ଗ୍ରାମର ଜନବସତି ନିକଟ ରାସ୍ତା କଡ଼ରେ ଓ ନଦୀ ତଟରେ ହିଁ ଇଟାଭାଟି ତିଆରି କରି ପ୍ରଶାସନକୁ ମାଲିକମାନେ ଖୋଲାଖୋଲି ଚ୍ୟାଲେ ଦେଉଛନ୍ତି । ଏଥିସହ ସେମାନଙ୍କ ପାଖରେ ପରିବେଶ ମଞ୍ଜୁରୀ ନଥିବା ବେଳେ ପିକରଣ ନିୟମକୁ ବି ମାନୁନାହାନ୍ତି । ଏସବୁ ଦେଖିବି ପ୍ରଶାସନିକ ଅଧିକାରୀମାନେ ନିରବଦ୍ରଷ୍ଟା ସାଜିଛନ୍ତି । କେବଳ ଉପର ଠାଉରିଆ ଚଢାଉ କରାଯାଉଛି ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି । ଇଟାଭାଟି ମାଲିକମାନେ ଜରିମାନା ଦେଇ ପୁଣି ଲକ୍ଷାଧିକ ଟଙ୍କାର ବେପାର ଆରମ୍ଭ କରି ଦେଉଛନ୍ତି । ଏହା ଯୋଗୁ ନିକଟବର୍ତ୍ତୀ ଅଞ୍ଚଳର ଜମିର ଉର୍ବରତା ହ୍ରାସ ପାଇବା ସହ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଯକ୍ଷ୍ମା ରୋଗରେ ପିଡ଼ିତ ହେଉଥିବାର ନଜିର ରହିଛି । ସେପଟେ ବର୍ଷାକୁ ଆଖି ଆଗରେ ରଖି ମାଲିକମାନେ ଇଟା ପୋଡ଼ିବା ଜାରି ରଖିଛନ୍ତି । ଏଥିନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।