‘ସାହିତ୍ୟ ଜଗତରେ ବିରଳ ବ୍ୟକ୍ତିତ୍ୱ ଥିଲେ ଗଙ୍ଗାଧର’
ଢ଼େଙ୍କାନାଳ: ଗଙ୍ଗାଧର ମେହେର ଥିଲେ ସାହିତ୍ୟ ଜଗତରେ ଏକ ବିରଳ ବ୍ୟକ୍ତିତ୍ୱ ବୋଲି ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରାକ୍ତନ ନ୍ୟାୟ ମୂର୍ତ୍ତି ଭିକାରୀ ଚରଣ ରାଉତ ମତବ୍ୟକ୍ତ କରିଛନ୍ତି । ଢ଼େଙ୍କାନାଳ ଜିଲ୍ଲା ଲେଖକ ସଂସଦ ସଭାପତି ବସନ୍ତ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସନ୍ଥପୁର ସ୍ଥିତ ନୁ୍ୟ ଇଣ୍ଡିଆ ସଭାଗୃହରେ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇଥିଲା । ପ୍ରାରମ୍ଭରେ ଶତାୟୁ ପୁରୁଷ ବାବା ଗୁରୁ ଚରଣ ଦାସ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ନୁ୍ୟ ଇଣ୍ଡିଆର ଡାଇରେକ୍ଟର ଶେଷଦେବ ରାଉତ ବାବାଙ୍କ ସମ୍ବନ୍ଧରେ କହିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ଯୋଗ ଦେଇ ପ୍ରାକ୍ତନ ପ୍ରଧ୍ୟାପକ ଡ଼ଃ ପ୍ରଫୁଲ୍ଲ କୁମାର ପାଣି ଏବଂ ସମ୍ମାନିତ ବକ୍ତା ରୂପେ ଯୋଗ ଦେଇଥିବାବେଳେ ଜିଲ୍ଲା ଲେଖକ ସଂସଦର ସମ୍ପାଦକ ହୃଦାନନ୍ଦ ଦ୍ୱିବେଦୀ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଭିକାରୀ ଚରଣ ରାଉତଙ୍କ ଦ୍ୱାରା ରଚିତ ‘ଆଧ୍ୟାତ୍ମିକ ଓ ନୈତିକ ଶିକ୍ଷା ର କୁହୁକ କରାମତି’ ପୁସ୍ତକ ଲୋକାର୍ପଣ କରାଯାଇଥିଲା । ଡ଼ଃ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ଓ ବସନ୍ତ କୁମାର ପଟ୍ଟନାୟକ ପୁସ୍ତକ ସମୀକ୍ଷା କରିଥିଲେ । ପ୍ରଥମ ଅଧିବେଶନରେ କବି ଗୋଲୋକ ବିହାରୀ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ତଥା ସୁରେନ୍ଦ୍ର ପୃଷ୍ଟି, ସୁକାନ୍ତି ସାହୁ ଓ ଜ୍ୟୋତିର୍ମୟୀ ନାଥଙ୍କ ସଂଯୋଜନାରେ ୬୭ଜଣ କବି ଓ କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ ।