ନିର୍ବାଚନ ପୂର୍ବରୁ ବଡ଼ସାହିରେ ପୁଲିସର ଫ୍ଲାଗ୍ମାର୍ଚ୍ଚ

ନିର୍ବାଚନ ପୂର୍ବରୁ ବଡ଼ସାହିରେ ପୁଲିସର ଫ୍ଲାଗ୍ମାର୍ଚ୍ଚ


ବଡ଼ସାହି : ଆଗାମୀ ସାଧାରଣ ନିର୍ବାଚନ ଅଧିକ ଶୃଙ୍ଖଳାର ସହିତ ମୁକ୍ତ ଓ ଅବାଧରେ ପରି·ଳନା ପାଇଁ ଗୁରୁବାର ବଡ଼ସାହି ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ ହୋଇଥିଲା । ବଡ଼ସାହି ଥାନା ଅଧିକାରୀ ଉମାଶଙ୍କର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱ୍ାବଧାନରେ ଏସଆଇ ନିବେଦିତା ନାଏକ, ବଡ଼ସାହି ଥାନାର ସମସ୍ତ କର୍ମ·ରୀଙ୍କ ସମେତ ସିଆଇଏସ୍ଏଫ୍ର ୩ ପ୍ଲାଟୁନ୍ ଯବାନ ଏଥିରେ ସାମିଲ ଥିଲେ । ଉକ୍ତ ଫ୍ଲାଗମାର୍ଚ୍ଚ ବଡ଼ସାହି ଥାନା ଅନ୍ତର୍ଗତ ଭିମଦା ଫାଣ୍ଡି ଅଞ୍ଚଳର ବିଭିନ୍ନ ଗ୍ରାମ ସହିତ ବଡ଼ସାହି ବଜାର ଓ ଗ୍ରାମରେ ବୁଲିବାର ଦେଖାଯାଇଥିଲା । ସାଧାରଣ ଭୋଟର ନିର୍ଭୟର ସହିତ ଭୋଟ ଦେଇପାରିବା ସମ୍ପର୍କିତ ସଚେତନ କରାଯିବା ଉକ୍ତ ଫ୍ଲାଗମାର୍ଚ୍ଚର ଉଦେ୍ଦଶ୍ୟ ବୋଲି ଆଇଆଇସି କହିଛନ୍ତି ।