ଲ୍ୟାମ୍ପସ୍ ଦୁର୍ନୀତି ଅଭିଯୋଗକୁ ଖଣ୍ଡନ କଲେ ସଭାପତି
ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ଲ୍ୟାମ୍ପସ୍କୁ ସୋମବାର ଦିନ ଲ୍ୟାମ୍ପର ଜଣେ ନିଦେ୍ର୍ଦଶକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଥିଲେ । ଏବଂ ଏହା କିଛି ଖବରକାଗଜରେ ମଧ୍ୟ ପ୍ରକାଶ ପାଇଥିଲା । ଚାଷୀ ସାର ପାଉ ନ ଥିବା, ମୃତ ଚାଷୀଙ୍କ ନାମରେ ଋଣ ନବୀକରଣ କରିବା, ଜାଲ ଦସ୍ତଖତ କରିବା ଏହିପରି ଅଭିଯୋଗ କରିଥିଲେ । କିନ୍ତୁ ମଙ୍ଗଳବାରରେ ଲ୍ୟାମ୍ପସ୍ ପରିସର ମଧ୍ୟରେ ସଭାପତି ଓ ୧୦ ଜଣ ନିଦେ୍ର୍ଦଶକ ଉପସ୍ଥିତ ରହି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହି ସମ୍ମିଳନୀରେ ଯେଉଁ ଅଭିଯୋଗ ହୋଇଥିଲା ତାହାକୁ ଖଣ୍ଡନ କରି ତାହା ଏକ ସମ୍ପୂର୍ଣ୍ଣ ଭିତ୍ତିହୀନ ମିଥ୍ୟା ଅଭିଯୋଗ ବୋଲି ସଭାପତି କହିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସଭାପତି ଓ ଅନ୍ୟ ନିଦେ୍ର୍ଦଶକମାନେ ଉପସ୍ଥିତ ରହି ଯାହା ଲ୍ୟାମ୍ପସ୍ ବିଷୟରେ ଅଭିଯୋଗ ହୋଇଛି ତାହା ମିଥ୍ୟା ଓ ଲ୍ୟାମ୍ପ ଏମଡ଼ିଙ୍କ ବଦଳି ଦାବି ପାଇଁ ପଚାରିବାରୁ ଆଜିର ଉପସ୍ଥିତ ସଭ୍ୟମାନେ କହିଛନ୍ତି ଯେ, ଏମଡି ଠିକ୍ ଭାବେ କାର୍ଯ୍ୟ କରୁଛନ୍ତି କୌଣସି ପ୍ରକାରେ ବଦଳି କରାଯିବ ନାହିଁ ବୋଲି କହିଛନ୍ତି । ସେ ଯେଉଁ ଅଭିଯୋଗ କରୁଛନ୍ତି ତଥ୍ୟ ସହ ଦେଲେ ଆମେ ବି ସହଯୋଗ କରିବୁ ବୋଲି କହିଛନ୍ତି । ଆମେ ଚାଷୀଙ୍କ ସପକ୍ଷରେ ସବୁବେଳେ ଅଛୁ, କିଭଳି ଭାବରେ ଚାଷୀ ସାର, ବିହନ ଋଣ ଇତ୍ୟାଦି ଠିକସମୟରେ ପାଇବେ ତାହା ନେଇଁ ଆମେ ତତ୍ପର ଅଛୁ ବୋଲି ଲ୍ୟାମ୍ପସ ସଭାପତି ଶ୍ରୀ ରାହାସ ବିହାରୀ ମାଝୀ କହିଛନ୍ତି ।