ପ୍ରଶାନ୍ତ କିଶୋରଙ୍କ ଲୋକସଭା ଆକଳନ ‘ଓଡ଼ିଶା ଓ ପଶ୍ଚିମବଙ୍ଗରେ ବିଜେପି ହେବ ଏକ ନମ୍ବର’

ଭୁବନେଶ୍ୱର: ଲୋକସଭା ନିର୍ବାଚନକୁ ନେଇ ଦେଶର ଜଣାଣୁଣା ରାଜନୀତିକ ରଣନୀତିକାର ପ୍ରଶାନ୍ତ କିଶୋର ଭବିଷ୍ୟବାଣୀ କରିଛନ୍ତି । ଓଡ଼ିଶା ଓ ପଶ୍ଚିମବଙ୍ଗରେ ବିଜେପି ଏକ ନମ୍ବର ହେବବୋଲି ସେ ଆକଳନ କରିଛନ୍ତି । ସେହିପରି ତେଲେଙ୍ଗାନାରେ ବିଜେପି ଏକ କିମ୍ବା ଦୁଇ ହୋଇପାରେ ବୋଲି ସେ କହିଛନ୍ତି । ପ୍ରଶାନ୍ତ କିଶୋର କହିଛନ୍ତିଯେ, ଦକ୍ଷିଣ ଓ ପୂର୍ବ ଭାରତକୁ ନେଇ ବିଜେପି ଚିନ୍ତାରେ ରହିଥିଲା । କିନ୍ତୁ ସେଠାରେ ପୂର୍ବାପେକ୍ଷା ବିଜେପି ଭଲ ପ୍ରଦର୍ଶନ କରିବ । କର୍ଣ୍ଣାଟକ ଭଳି ତେଲେଙ୍ଗାନାରେ ବି ଦଳ ସଫଳ ହେବ । ସେହିପରି ପଶ୍ଚିମବଙ୍ଗରେ ଟିଏମସିକୁ ପଛରେ ପକାଇଦେବ ବିଜେପି ।