ଭବିଷ୍ୟତ କାର୍ଯ୍ୟପନ୍ଥା ପାଇଁ କର୍ମୀଙ୍କ ମତ ଲୋଡ଼ିଲେ ଅଲୋଡ଼ା ଆଲେକ୍ସ

ଭବିଷ୍ୟତ କାର୍ଯ୍ୟପନ୍ଥା ପାଇଁ କର୍ମୀଙ୍କ ମତ ଲୋଡ଼ିଲେ ଅଲୋଡ଼ା ଆଲେକ୍ସ

ଯାଜପୁର: କୋରେଇ ନିର୍ବାଚନ ମଣ୍ଡଳୀରେ ଯୁବନେତା ଆଲେକଜାଣ୍ଡାର ଦାସଙ୍କ ପରିବର୍ତ୍ତେ ଆକାଶ ଦାସ ନାୟକଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ଯାହା ଆଲେକ୍ସ ଏବଂ ତାଙ୍କ କର୍ମୀଙ୍କୁ ହଜମ କରିନି । ରାଜ୍ୟ ପଦାଧିକାରୀଙ୍କୁ ଭେଟି ଆଲେକ୍ସଙ୍କ ସମର୍ଥକ ପୂନଃବିଚାର ଦାବି କରିଛନ୍ତି । କିନ୍ତୁ କୋରେଇ କ୍ଷେତ୍ରରେ ସେଭଳି କିଛି ସମ୍ଭାବନା ଦିଶୁନି । ଏକଥାକୁ ଭଲ ଭାବେ ବୁଝିଥିବା ଆଲେକ୍ସ ଭବିଷ୍ୟତ କାର୍ଯ୍ୟପନ୍ଥା ପାଇଁ କର୍ମୀ, ସମର୍ଥକ ଏବଂ ସହଯୋଗୀଙ୍କ ମତ ଲୋଡ଼ିଛନ୍ତି । ଶହଶହ କର୍ମୀ ମାନଙ୍କୁ ନେଇ ଆୟୋଜିତ ସମ୍ମିଳନୀରେ କର୍ମୀ ମାନେ ଟିକେଟ ବଣ୍ଟନରେ ଏହି ଅନିୟମିତତା ପାଇଁ କ୍ଷୋଭ ପ୍ରକାଶ କରିବା ସହିତ ଏହାକୁ ନାପସନ୍ଦ କରିଥିଲେ । ସମ୍ମିଳନୀରେ ଯୁବନେତା ଶ୍ରୀ ଦାସ ଭାବବିହ୍ୱଳ ହେବା ସହ ଜଣେ କର୍ମୀ ହେଉଛି ଦଳର ସ୍ତପତି । କର୍ମୀଙ୍କର ଏକ ନିଷ୍ଠ ଉଦ୍ୟମ ଓ ଅକ୍ଲାନ୍ତ ପରିଶ୍ରମରେ ଦଳ ଗତିଶୀଳ ହୁଏ ବୋଲି ମତ ରଖିଲେ । ଆଜି ଆପଣ ମାନଙ୍କୁ ଭଳି ଦେବ ଦୁର୍ଲଭ କାର୍ଯ୍ୟକର୍ତ୍ତା ମାନଙ୍କୁ ପାଇଁ କୋରେଇରେ ବିଜେପି ସୁଦୃଢ । ଆବେଗ ପୂର୍ଣ୍ଣ ଭାଷାରେ କର୍ମୀ ମାନଙ୍କୁ ସମ୍ବୋଧିତ କରି ମୁଁ ଆମଦାନୀ ନୁହେଁ ମୁଁ ବିଜେପିରେ ରାଜନୀତି ଆରମ୍ଭ କରିଛି ଆଉ ନିଷ୍ଠାପର ଭାବେ ଏକ ଦଶନ୍ଧିରୁ ଉର୍ଦ୍ଧ୍ କାର୍ଯ୍ୟ କରିଛି ବୋଲି କହିଥିଲେ । ଜିଲ୍ଲାରେ ୭ ନିର୍ବାଚନ ମଣ୍ଡଳୀରେ ଏକମାତ୍ର ଜଣେ ବିଜେପିରୁ ଅନେକ ସଂଘର୍ଷ ଓ ତ୍ୟାଗ କରିଥଲେ ବି ଆଜି ପୁଣି ଅଲୋଡ଼ା ବୋଲି କହି ଦୁଃଖ ପ୍ରକାଶ କରିଥଲେ । କର୍ମୀମାନଙ୍କୁ ଭଗବାନ ବୋଲି ପ୍ରକାଶ କରି, ଯଦି ଭାରତୀୟ ଜନତା ପାର୍ଟି ଦ୍ୱାରା ଦିଆ ଯାଇଥିବା କୋରେଇ ବିଧାନସଭା ଟିକେଟ ଉପରେ ପୁନଃବିଚାର ନହୁଏ ତେବେ ଆପଣଙ୍କ ନିଷ୍ପତି ଅନୁସାରେ ହିଁ ନିଜର କାର୍ଯ୍ୟପନ୍ଥା ସ୍ଥିର କରିବେ ବୋଲି କହିଥିଲେ । ଏଥିନିମନ୍ତେ ଗଣତାନ୍ତ୍ରିକ ପ୍ରକ୍ରିୟା ମାଧ୍ୟମରେ ଏକ ବ୍ୟାଲେଟ ବାକ୍ସ ମାଧ୍ୟମରେ କର୍ମୀ ମାନେ ନିଜର ମତ ଜଣାଇବେ ଏବଂ ତାହାର ଫଳାଫଳ ହିଁ ମୋର ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଣ୍ଣୟ କରିବ ବୋଲି ଶ୍ରୀ ଦାସ ପ୍ରକାଶ କରିବା ସହିତ ଭବିଷ୍ୟତ ଯାହା ବି ହେଉ ମୁଁ ଆପଣଙ୍କ ସହ ସବୁ ସମୟରେ ସବୁ ପରିସ୍ଥିତିରେ ରହିବି ବୋଲି କର୍ମୀ ମାନଙ୍କୁ କହିଥିଲେ । ଉପସ୍ଥିତ କର୍ମୀ ମଧ୍ୟ ଯୁବନେତା ଶ୍ରୀ ଦାସଙ୍କୁ  ଆମେ ଆପଣଙ୍କ ସହିତ ରହିଥିଲୁ, ରହିଛୁ ଏବଂ ଆଗାମୀ ଦିନରେ ମଧ୍ୟ ରହିବୁ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ସମ୍ମିଳନୀରେ ବରିଷ୍ଠ ନେତା ନିତ୍ୟାନନ୍ଦ ମହାଳିକ, ମନୋଜ କୁମାର ଦାସ, ବଳରାମ ମହାନ୍ତି, ମଦନ ପଲେଇ, ବିଶ୍ୱତୋଷ ସିହ୍ନା, ପ୍ରକାଶ କୁଣ୍ଡୁ, ଆଶୁତୋଷ ସିହ୍ନା, ଆଲୋକ କୁମାର କର, ଧନଞ୍ଜୟ ସାହୁ, ଅଭିଳାଷ ବାରିକ, ପଦ୍ମଲୋଚନ ସୁବୁଦ୍ଧି, ପ୍ରମୋଦ ପରିଡା, ସଞ୍ଜୟ ସାହୁ, ଅନନ୍ତ ସାହୁ, ମନୋଜ ମଲ୍ଲିକ, ଦୁଃଶାସନ ମଲ୍ଲିକ, ପବିତ୍ର ପ୍ରଧାନ, ସୁଶାନ୍ତ କୁମାର ସାହୁ, ଦିବାକର ପଲେଇ, ବିନୋଦ ବିହାରୀ ଦାସ, ତପନ ପାତ୍ର, ପ୍ରଦୀପ ବେହେରା, ସନାତନ ସାହୁ, ବଳରାମ ଜେନା,ଲିମାଲିନୀ ପଟ୍ଟନାୟକ, ରଶ୍ମିତା ରଣା, ଚନ୍ଦ୍ରଶେଖର ଓଝା, ସୁଦର୍ଶନ ସାହୁ, ମହେଶ୍ୱର ଓଝା, ଜୟନ୍ତୀ ପାତ୍ର, ବେବିନା ପାତ୍ର, ଅଜାତଶତ୍ରୁ ଦାସ,ଅରୁଣ ସେଠୀ, କାଳନ୍ଦୀ ସାହୁ, ସୂର୍ଯ୍ୟକାନ୍ତ ଭୂୟାଁ,ସୂର୍ଯ୍ୟକାନ୍ତ ପୃଷ୍ଟି, ସୁରେନ୍ଦ୍ର କୁମାର ଦାସ, ଜ୍ୟୋତି ରଞ୍ଜନ ଦାସ ଆଦି ଯୋଗ ଦେଇଥିଲେ ।