ନିର୍ବାଚନ ପୂର୍ବରୁ ପୋଲିଂ ଅଧିକାରୀଙ୍କ ହେବ ସ୍ୱାସ୍ଥ୍ୟ ପରୀକ୍ଷା
ବାଲେଶ୍ୱର: ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ନିର୍ବାଚନ ଡ୍ୟୁଟିରୁ ବାଦ୍ ଦେବା ପାଇଁ ଆବେଦନ କରିଥିବା ପୋଲିଂ କର୍ମ·ରୀଙ୍କ ନିମନ୍ତେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟରେ ଡାକ୍ତରୀ ପରୀକ୍ଷା କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି । ଏଥି ପାଇଁ ଏକ ମେଡିକାଲ ବୋର୍ଡ ଗଠନ କରାଯାଇଛି । ଏହି ମେଡିକାଲ ବୋର୍ଡ ଆସନ୍ତା ୧୦ ରିଖ ପୂର୍ବାହ୍ନ ୯ ଘଟିକା ସମୟରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୧୨ ଜଣ ଆବେଦନକାରୀଙ୍କ ସ୍ୱାସ୍ଥ୍ୟଗତ ଜନିତ ସତ୍ୟତା ସମ୍ବନ୍ଧେ ଡାକ୍ତରୀ ପରୀକ୍ଷା କରିବାର ସୂଚନା ଦିଆଯାଇଛି । ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡିସିନ୍, ଅସ୍ଥିଶଲ୍ୟ ଓ ସର୍ଜରୀ ବିଭାଗର ବିଶେଷଜ୍ଞଙ୍କୁ ନେଇ ଏହି ମେଡିକାଲ ବୋଡର଼୍ ଗଠନ କରାଯାଇଛି ।
ସୂଚନା ଥାଉ କି ପ୍ରଥମ ପର୍ଯ୍ୟାୟରେ ବାଲେଶ୍ୱର ଜିଲ୍ଲାର ସମସ୍ତ ୧୨ ଗୋଟି ବ୍ଲକ୍ର ୫୦୦ ରୁ ଅଧିକ ପୋଲିଂ ଅଧିକାରୀଙ୍କ ଡାକ୍ତରୀ ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ଅନୁପସ୍ଥିତ ରହିଥିବା ୧୦୧ ଜଣ ଅଧିକାରୀଙ୍କୁ ମଧ୍ୟ କାଲି ମେଡିକାଲ ବୋଡର଼୍ ସମ୍ମୁଖରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନିର୍ବାଚନ ପ୍ରକ୍ରିୟାରେ ସମସ୍ତ ପୋଲିଂ ଅଧିକାରୀ ଶାରୀରିକ ଭାବେ ସୁସ୍ଥ ଓ ସେମାନଙ୍କ କର୍ତ୍ତବ୍ୟ ପାଳନ କରିବାରେ ସକ୍ଷମତା ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ପୋଲିଂ ଅଧିକାରୀଙ୍କୁ ସମସ୍ତ ଆବଶ୍ୟକୀୟ ଡାକ୍ତରୀ କାଗଜପତ୍ର ଓ ରିପୋର୍ଟ ସହ ନିର୍ଦ୍ଧାରିତ ତାରିଖ ମଧ୍ୟରେ ମେଡିକାଲ ବୋର୍ଡରେ ହାଜର ହେବାକୁ ପରାମର୍ଶ ଦିଆଯାଇଛି । ବୋର୍ଡ ପ୍ରତ୍ୟେକ ମାମଲାକୁ ସତର୍କତାର ସହ ଅନୁଧ୍ୟାନ କରି ଏହାର ଚୂଡ଼ାନ୍ତ ରିପୋର୍ଟ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିବ ।