ବୁଦ୍ଧ ପୂର୍ଣ୍ଣିମା ପାଳିତ 

 ବାଲେଶ୍ୱର : ବହୁଜନ ସମାଜ ପାର୍ଟି ମହାକାରୁଣିକ ଗୌତମ ବୁଦ୍ଧଙ୍କ ଜୟନ୍ତୀ ଆମ୍ବେଦକର ଭବନ ଠାରେ ପାଳିତ ହୋଇଯାଇଛି  । ଏଥିରେ ପାର୍ଟିର ବହୁ କର୍ମକର୍ତ୍ତା ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ବିଏସ୍ପି ଜିଲ୍ଲା ସଭାପତି ଡ. ମନୋଜ କିଶୋର ମାଝୀ ବୁଦ୍ଧଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି କହିଥିଲେ ଗୌତମ ବୁଦ୍ଧଙ୍କ ଜନ୍ମ ସମୟରେ ଭାରତ ଏପରି ଅନ୍ଧବିଶ୍ୱାସ ଓ କୁସଂସ୍କାରରେ ପରିପୂର୍ଣ୍ଣ ଥିଲା, ଜନସମୁଦାୟଙ୍କୁ ସମସ୍ତ ପ୍ରକାର ଜ୍ଞାନରୁ ବଞ୍ଚôତ କରାଯାଇଥିଲା । ଏଭଳି ଏକ ସମୟରେ ବୁଦ୍ଧଙ୍କ ବିଚାର ମଣିଷ ସମାଜକୁ ଆଲୋକ ଦେଖାଇଛି । ତାଙ୍କର ବିଚାର ସମଗ୍ର ବିଶ୍ୱରେ ଆଦୃତ ଓ ସମ୍ମାନିତ ହୋଇଛି । ବିଶିଷ୍ଟ ସମାଜସେବୀ ଆଲୋକ ଦାସ ତାଙ୍କ ବକ୍ତବ୍ୟରେ କହିଥିଲେ ବୌଦ୍ଧ ବିଚାରରେ କୌଣସି ଅଲୌକିକ ଶକ୍ତି, ସ୍ୱର୍ଗ, ନର୍କ, ଭାଗ୍ୟ, ଭଗବାନଙ୍କୁ ଗୁରୁତ୍ୱ ଦିଆଯାଇନଥାଏ । ବରଂ ମଣିଷକୁ ତଥା ତା’ର ଶ୍ରେଷ୍ଠ ଗୁଣଗୁଡ଼ିକୁ ଗୁରୁତ୍ୱ ପ୍ରଦାନ କରାଯାଇଥାଏ ।  ଏହି ଜୟନ୍ତୀ କାର୍ଯ୍ୟକ୍ରମକୁ ସଫଳ କରିଥିôବା ବ୍ୟକ୍ତିମାନଙ୍କ ମଧ୍ୟରୁ ସର୍ବଶ୍ରୀ ବିହାରୀ ଲାଲ୍ ମାଝୀ, ବ୍ରଜ ମୋହନ ମାଝୀ, ସରୋଜ ବେହେରା, ଦିଲ୍ଲୀପ ମାଝୀ, ଅଭିମନୁ୍ୟ ଦାସ, ତିଳୋତ୍ତମା ସେଠୀ ଓ ଜୟନ୍ତୀ ବେହେରା ଅନ୍ୟତମ । ସର୍ବଶେଷରେ ନେତ୍ରୀ ଆରତୀ ମାଝୀ ସମସ୍ତଙ୍କୁ ‘ନମଃ ବୁଦ୍ଧାୟ’ କହି ଧନ୍ୟବାଦ ଦେଇଥିଲେ ।