ରାସ୍ତା କାମ ନିମ୍ନମାନର, ଟଙ୍କା ଚଳୁ କରିବାକୁ ମସୁଧା

ରାସ୍ତା କାମ ନିମ୍ନମାନର, ଟଙ୍କା ଚଳୁ କରିବାକୁ ମସୁଧା


 ସାରସକଣା : ଦୀର୍ଘ ୪ବର୍ଷ ଧରି ମୟୂରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ ବମ୍ବେଛକ ଠାରେ ଜାତୀୟ ରାଜପଥ ୪୯ ନମ୍ବର ଉପରେ ଅର୍ଦ୍ଧର୍ନିମିତ ହୋଇ ପଡିରହିଥିବା ଓଭରବ୍ରିଜ କାର୍ଯ୍ୟ ଓ ନିକଟରେ ରହିଥିବା ସର୍ଭିସ୍‌ ରୋଡ଼ କାର୍ଯ୍ୟ ଆରମ୍ଭ ହେବା ନିମନ୍ତେ ତିନିମାସ ତଳେ ଆନୁଷ୍ଠାନିକ ଭାବେ କାର୍ଯ୍ୟର ଶିଳାନ୍ୟାସ ତଥା ଭୂମିପୂଜନ କାର୍ଯ୍ୟକ୍ରମ ହୋଇଥିଲା । ଜଳଶକ୍ତି ତଥା ଆଦିବାସୀ ବ୍ୟାପାର କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ କରକମଳରେ ଅର୍ଦ୍ଧନିର୍ମିତ ଓଭରବ୍ରିଜ କାର୍ଯ୍ୟ ମଧ୍ୟ ଶୁଭାରମ୍ଭ ହୋଇଥିଲା  । କେନ୍ଦ୍ର ସରକାରଙ୍କ ଅନୁମୋଦନ କ୍ରମେ ସ୍ଥାନୀୟ ଅଞ୍ଚଳର ସମସ୍ୟା ଦୂର କରିବା ସହ ବମ୍ବେଛକ ଅଞ୍ଚଳକୁ ରେଳ ସଂଯୋଗ ଖୁବ୍‌ ଶିଘ୍ର ହେବ ବୋଲି ସୂଚନା ଦେଇଥିଲେ ଶୀବ ମହାନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ କହିଥିଲେ, ସଭିଙ୍କ ଉଦ୍ୟମ ହେଲେ ଜାଇ ଏହି କାର୍ଯ୍ୟ ସଫଳ ହେବ । ରାଜନୀତି କରି ଲୋକଙ୍କୁ ମାଧ୍ୟମ କରି ମିଛ କହିଲେ ଲୋକେ ଆଉ ଅଣ ପାଠୁଆ ନାହାନ୍ତି ଯେ ମିଛୁଆ ନେତାଙ୍କୁ ବିଶ୍ୱାସ କରିବେ । ହେଲେ ଖୋଦ୍‌ କେନ୍ଦ୍ର ମନ୍ତ୍ରୀ ସାରସକଣା ବାସୀଙ୍କୁ ମିଛ ଗପ ଶୁଣେଇ ବାଃ ବାଃ ସାଉଁଟି ପଳାଇ ଗଲେ । ଦୀର୍ଘ ତିନିବର୍ଷ ଭିତରେ ଆରମ୍ଭ ହେଲାନାହିଁ ଅର୍ଦ୍ଧନିର୍ମିତ ଓଭରବ୍ରିଜ କାମ । କେବଳ ଏଲଆଣ୍ଡଟି କମ୍ପାନୀର ମରାମତି ବିଭାଗ ଦ୍ୱାରା ଗୋଟାଏ ଦିନ ବଜାର ଅଞ୍ଚଳକୁ ସଫେଇ କହିଥିଲେ । କିନ୍ତୁ କେନ୍ଦ୍ର ମନ୍ତ୍ରୀଙ୍କ କଥା, କଥାରେ ହଁ ରହିଗଲା । ତେବେ ଘାଟି ଅଞ୍ଚଳରେ ପଥର ଫଟେଇ ରାସ୍ତା ପ୍ରଶସ୍ତ କରିବାକୁ କାର୍ଯ୍ୟ ·ଲୁ ରହିଛି । ଅନ୍ୟପଟେ ସାରସକଣାରୁ ବମ୍ବେଛକ ପର୍ଯ୍ୟନ୍ତ ରହିଥିବା ଏକମାତ୍ର ଆରଡି ରାସ୍ତା ବର୍ଷ ତମାମ ଖାଲ ଢିପ ହୋଇ ପଡି ରହିଥିବା ବେଳେ ଖବର ପ୍ରସାରଣ ହେଲେ ମଧ୍ୟ ଉକ୍ତ ରାସ୍ତାର ବିଲକୁଲ ମରାମତି କରାଗଲା ନାହିଁ । ଏବେ ନିର୍ବାଚନକୁ ଆଖି ଆଗରେ ରଖି ଠିକାଦାରମାନେ ବିଲ୍‌ ଉଠେଇବାକୁ ମସୁଧା କରି ତତ୍ପରତା ପ୍ରକାଶକରି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । ରାସ୍ତା ନିର୍ମାଣର ଟେଣ୍ଡର ସମୟରେ ନିର୍ମାଣ ପାଇଁ ଅନୁମତି ପାଉଥିବା ସଂସ୍ଥା ଅତ୍ୟନ୍ତ ପକ୍ଷେ ୫ବର୍ଷ ଉକ୍ତ ରାସ୍ତାର ମରାମତି କରିବା ପାଇଁ ନିୟମ ରହିଥିବା ସତ୍ତେ୍ୱ  ଠିକାଦାର କେବେବି ଏହି ରାସ୍ତାର ଦୂରାବସ୍ଥା ଉପରେ ନଜର ପକାନ୍ତି ନାହିଁ । ସେହିପରି ଆରଡି ବିଭାଗ ଯନ୍ତ୍ରୀ କିମ୍ବା ଉଚ୍ଚ ପଦାଧିକାରୀ ମଧ୍ୟ ଏହା ଉପରେ ନଜର ପକାନ୍ତିନି । ଫଳ ସ୍ୱ୍ୱରୂପ ଜନସାଧାରଣଙ୍କ ପାଇଁ ନିର୍ମାଣ ହେଉଥିବା ରାସ୍ତା ଜନସାଧାରଣଙ୍କୁ ହିଁ ସମସ୍ୟାରେ ପକାଉଛି । ଆଉ ଠିକାଦାର ଯୋଜନାକୁ କାର୍ଯ୍ୟକାରୀ କରିବା ନାମରେ ଲକ୍ଷାଧିକ ଟଙ୍କା ଲୁଟ ହୋଇଛି ବୋଲି ଜନସାଧାରଣ କହିଛନ୍ତି । ହେଲେ ପ୍ରଶାସନ ଓ ଜନନେତା ଯେତେବେଳେ ମିଛ କହିବେ ଅଭିନୟ କରିବେ ସେତେବେଳେ ଜନତାଙ୍କ କଥା ଅବା ପ·ରେ କିଏ ଏପରି ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଛି ।