ମରଣାନ୍ତକ ଆକ୍ରମଣ : ୫ଗିରଫ

 ପୁରୀ :  ଘରେ ପଶି ଗାଳିଗୁଲଜ କରି ହତ୍ୟା କରିବା ପାଇଁ ଧମକାଇବା ଓ ପରବର୍ତ୍ତୀ ସମୟରେ ସଂପୃକ୍ତ ବ୍ୟକ୍ତିଙ୍କ ପୁତ୍ରକୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ ତାଳବଣିଆ ଥାନା ପୋଲିସ ୫ଜଣ ଯୁବକଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୨ଟି ଖଣ୍ଡା ଜବତ ହୋଇଛି । ଏ ସଂକ୍ରାନ୍ତରେ ବିଏନ୍ଏସ୍ର ୧୨୬(୩), ୨୯୬, ୩୫୧ (୨), ୧୦୯, ୩(୫) ଧାରାରେ ୫୪/୨୦୨୫ ନମ୍ବର ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତମାନେ ହେଲେ ବାଲିଘାଟ କି୍ରଷ୍ଣାନନ୍ଦ ଲେନ୍ର ସନ୍ତୋଷ କୁମାର ଦାସ ଓରଫ ପଣ୍ଡା (୨୪), ହୁଳୁହୁଳିଆ ପୋଲ ନିକଟସ୍ଥ କୃଷ୍ଣ ଦଳେଇ (୧୯), ସିଦ୍ଧମହାବୀର ଚମାର ସାହିର ନାରାୟଣ ପ୍ରଧାନ (୨୧), ରେଳ ଫାଟକ ଚମାର ସାହିର ମନୋଜ ବେହେରା ଓରଫ ସିଲୁ (୨୩) ଏବଂ ସିଦ୍ଧମହାବୀର ଅଞ୍ଚଳର ଅବା ପ୍ରଧାନ ଓରଫ ରବି ପ୍ରଧାନ (୩୦) । ପ୍ରକାଶ ଯେ ତାଳବଣିଆ ଥାନା ଅନ୍ତର୍ଗତ ଦାଦାବାରିର ବାସିନ୍ଦା ଆୟୂଷ ମହାନ୍ତି (୨୪)ଙ୍କ ଘରକୁ ଗତ ୬ତାରିଖ ଦିନ ସିଲୁ ଓ ଅନ୍ୟ ୩ଜଣ ଯୁବକ ଆସି ଅସଭ୍ୟ ଭାଷାରେ ଗାଲିଗୁଲଜ କରିବା ସହ ତାଙ୍କୁ ହତ୍ୟା କରିବା ପାଇଁ ଧମକ ଦେଇ ତାଙ୍କର ଏକ ଆଙ୍ଗୁଳିକୁ ଆଘାତ କରି ଫେରାର ହୋଇଯାଇଥିଲେ । ପରେ ୭ତାରିଖ ଦିନ ଘଟଣାର ସମାଧାନ ପାଇଁ ଅବା ପ୍ରଧାନ ଫୋନ୍ ଯୋଗେ ଆୟୂଷଙ୍କୁ  କହିଥିଲା । ସେହିଦିନ ଅପରାହ୍ନରେ ଆୟୂଷ ଘର ନିକଟରେ ବସିଥିବା ବେଳେ ସନ୍ତୋଷ କୁମାର ପଣ୍ଡା, କୁନୁ, କ୍ରିଷ୍ଣା ଓ ଅନ୍ୟଜଣେ ଯୁବକ ଆସି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଆୟୂଷ ଆହତ ହୋଇ ଚିକିସôା ନିମନ୍ତେ ସଦର ମୁଖ୍ୟ ଚିକିସôାଳୟରେ ଭର୍ତ୍ତି ହୋଇଥିଲେ ।