ଚିଠା ଆଇଟି ନୀତି ଉପରେ ମତାମତ ଲୋଡିଲେ ସରକାର
ଭୁବନେଶ୍ୱର: ରାଜ୍ୟ ସରକାର ଆଗାମୀ ସୂଚନା ପ୍ରଯୁକ୍ତିବିଦ୍ୟା ନୀତି ଚିଠା ଉପରେ ଶିଳ୍ପ ପ୍ରତିନିଧିମାନଙ୍କ ମତାମତ ଜାଣିବା ପାଇଁ ଶୁକ୍ରବାର ଏକ ଘରୋଇ ହୋଟେଲରେ ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ‘ନାସ୍କମ୍’ ପ୍ରତିନିଧିମାନଙ୍କ ସହ ଏକ ମିଳିତ ଆଲୋଚନାର ଆୟୋଜନ କରାଯାଇଥିଲା । ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ବୈଦୁ୍ୟତିକ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ ଦେବ, ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ମାନସ ପଣ୍ଡା, ଓଡ଼ିଶା ଅଭିକଳକ ପ୍ରୟୋଗ କେନ୍ଦ୍ର ସିଇଓ ଡଃ ପ୍ରଦୀପ ରାଉତ, ‘ନାସ୍କମ୍’ ତଥା ଓଡ଼ିଶା ଆଇଟି ଶିଳ୍ପର ପ୍ରତିନିଧିମଣ୍ଡଳୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଓଡ଼ିଶାରେ ଆଇଟି ଶିଳ୍ପର ଦ୍ରୁତ ଅଭିବୃଦ୍ଧି ଓ ଏହାକୁ ଆଗେଇନେବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ସଂପର୍କରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ, “ସରକାର ଏ କ୍ଷେତ୍ରରେ ଗବେଷଣା ଓ ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ଅଧିକ ପରିବ୍ୟାପ୍ତ କରିବାକୁ ଚାହୁଁଛନ୍ତି ଏବଂ ସେଥିପାଇଁ ସମର୍ପିତ ଉକôର୍ଷ କେନ୍ଦ୍ରମାନ ସ୍ଥାପନ କରିବାକୁ ଚାହାନ୍ତି । ସରକାର ଶିଳ୍ପ ପ୍ରତିନିଧି ତଥା ସମ୍ପୃକ୍ତ ଶିକ୍ଷାବିତ୍ମାନଙ୍କ ପାଇଁ ମଧ୍ୟ ଏକ ଉକôର୍ଷ କେନ୍ଦ୍ର ପ୍ରତିଷ୍ଠା କରିବାର ଲକ୍ଷ୍ୟ ରଖିଛନ୍ତି । ଏହି ବୈଠକରେ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ମାନସ ପଣ୍ଡା, ଓଡ଼ିଶା କମ୍ପୁ୍ୟଟର ପ୍ରୟୋଗ କେନ୍ଦ୍ରର ସିଇଓ ଡା ପ୍ରଦୀପ କୁମାର ରାଉତ ଏବଂ ନାସ୍କମ୍ ଓ ଅନ୍ୟ ଶିଳ୍ପାନୁଷ୍ଠାର ପ୍ରତିନିଧିମାନେ ଯୋଗ ଦେଇଥିଲେ ।