ଆଜି ମୁଖ୍ୟମନ୍ତ୍ରୀ ନେବେ ବଡ଼ ନିଷ୍ପତ୍ତି 

Mohan Charan Majhi

ଆଜି ମୁଖ୍ୟମନ୍ତ୍ରୀ ନେବେ ବଡ଼ ନିଷ୍ପତ୍ତି 

ଭୁବନେଶ୍ୱର : ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ  । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀରୁ ଫେରିବା ପରେ ଅପରାହ୍ନ ୪ଟାରେ କ୍ୟାବିନେଟ୍‌ ବୈଠକ ହେବବୋଲି ଜାଣିବାକୁ ମିଳିଛି  । ଚଳିତ ଶିକ୍ଷାବର୍ଷରୁ ରାଜ୍ୟରେ ଜାତୀୟ ଶିକ୍ଷାନୀତି-୨୦୨୦ ଲାଗୁ ହେବ  । ଏନେଇ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ  । ସେହିପରି କେତେକ ପ୍ରଶାସନିକ ସଂଶୋଧନ ଓ ପ୍ରକଳ୍ପ ଉପରେ ବି କ୍ୟାବିନେଟ୍‌ ମୋହର ଲଗାଇପାରନ୍ତି  । ନଭେମ୍ବର ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଉରକେଲା ଆସିବାର କାର୍ଯ୍ୟକ୍ରମ ରହିଛି  । ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମଜୟନ୍ତୀରେ ଯୋଗଦେବେ ବୋଲି ଜାଣିବାକୁ ମିଳିଛି  । ଜନଜାତି ଗୌରବ ଦିବସରେ ରାଜ୍ୟ ସରକାର କିଛି ଘୋଷଣା କରିବାର ସମ୍ଭାବନା ରହିଛି  । ସେନେଇ କ୍ୟାବିନେଟରେ ଆଲୋଚନା ହୋଇପାରେ ଜାଣିବାକୁ ମିଳିଛି  ।