କେନାଲରୁ ମାଆ ଓ ଛୁଆ ହାତୀ ଉଦ୍ଧାର
ାା ପ୍ରଭାନୁ୍ୟଜ୍ ।ା ହିନେ୍ଦାଳ: ହିନେ୍ଦାଳ ବନାଞ୍ଚଳ ରାସୋଳ ସେକ୍ସନ ସାପୁଆ କେନାଲରୁ ଶନିବାର ସକାଳେ ଗୋଟିଏ ମାଆ ଓ ଛୁଆ ହାତୀକୁ ବନ ବିଭାଗ ଉଦ୍ଧାର କରିଥିବା ସୂଚନା ମିଳିଛି । ଖବରରୁ ପ୍ରକାଶ ଯେ, ଗତ ରାତିରେ ଖାଦ୍ୟ ଅନ୍ୱେଷଣରେ ଆସି ଗୋଟିଏ ମାଆ ଓ ଛୁଆ ହାତୀ ସାପୁଆ କେନାଲରେ ଫସି ରହିଥିଲେ । ମା ଓ ଛୁଆ ହାତୀକୁ ଉଦ୍ଧାର କରିବା ପାଇଁ ବନବିଭାଗର ଦୀର୍ଘ ସମୟ ଉଦ୍ୟମ ପରେ ସୁରକ୍ଷିତ ଭାବେ ଉଭୟଙ୍କୁ କେନାଲରୁ ଉଦ୍ଧାର କରାଯାଇଥିଲା । ସୁରକ୍ଷିତ ଭାବେ ମାଆ ହାତୀ ତାର ଶାବକକୁ ଧରି ଜଙ୍ଗଲକୁ ଚାଲି ଯାଇଛି । ସୂଚନା ଯେ, ଦୀର୍ଘ ସମୟ ପର୍ଯ୍ୟନ୍ତ କେନାଲରେ ଫସି ରହି ଥିବା ଛୁଆ ପାଇଁ ମା' ହାତୀ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା । ଉଭୟ ପାର୍ଶ୍ୱରେ କଂକ୍ରିଟ ପାଇଁ ଫସି ରହିଥିଲା ହାତୀକୁ ଦେଖିବା ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ଲୋକ ଭିଡ ଜମିଥିଲା । ଏକ ଜେସିବି ସାହାଯ୍ୟରେ ମାଟି ପକାଇ କେନାଲର କିଛି ଅଂଶ ପୋତିବା ପରେ ଛୁଆକୁ ଉଦ୍ଧାର କରି ଜଙ୍ଗଲକୁ ଛଡ଼ା ଯାଇଥିଲା ।