ପୁଅ ସିଂଘାଣି ଲଗେଇଦେଲା ବୋଲି ମସ୍କ ବଦଳେଇଲେ ଡେସ୍କ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ସରକାରୀ ଅଫିସର ୧୪୫ବର୍ଷ ପୁରୁଣା ଟେବୁଲ ହଟାଇଦେଇଛନ୍ତି। ଏହା ପରିବର୍ତ୍ତେ ସେ ଏକ ଅସ୍ଥାୟୀ ଟେବୁଲ ଆଣିଛନ୍ତି। ତେବେ ଏକଥା ଆମେ କାହିଁକି କହୁଛିୁ ଏହାର କାରଣ ଜାଣିଲେ ମଧ୍ୟ ଆପଣ ତାଜୁବ ହୋଇଯିବେ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏନେଇ ଏକ୍ସରେ ସୂଚନା ଦେଇଛନ୍ତି। ଏହି ୧୪୫ ବର୍ଷ ପୁରୁଣା C&O Desk ଅସ୍ଥାୟୀ ଭାବରେ ହଟାଯାଇଛି। କିଛିଦିନ ପରେ ପୁଣି ଏହାକୁ ଫିଟିଙ୍ଗ କରାଯିବ। କିନ୍ତୁ ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଏବେ ସବୁଠି ଚର୍ଚ୍ଚାରେ ରହିଛି।
ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଘଟଣା ପଛର କାରଣ ହେଉଛି Elon Muskଙ୍କ ପୁଅ X A-Xii ଙ୍କ ଏକ ଭିଡିଓ ଭାଇରାଲ ହୋଇଛି।ଫେବୃଆରୀ ୧୧ରେ ଏଲନ ମସ୍କ ତାଙ୍କ ପୁଅଙ୍କ ସହ ସଯୁକ୍ତ ପ୍ରେସ କନଫରେନ୍ସରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଯୋଗ ଦେଇଥିଲେ। ଏହି ସମୟରେ ମସ୍କଙ୍କ ପୁଅ C&O Desk ରେ ନାକରୁ ସିଂଘାଣି କାଢି ପୋଛୁଥିବାର ଦେଖାଯାଇଥିଲା। ଯାହାକୁ ଦେଖିବା ପରେ ଟ୍ରମ୍ପ ପ୍ରଶାସନ ଏହି ୧୪୫ବର୍ଷ ପୁରୁଣା ଡେସ୍କ ହଟାଇବାକୁ ଘୋଷଣା କରିଥିଲେ। ତେବେ କୁହାଯାଉଛି ଏହି କାରଣ ଯୋଗୁ ଟ୍ରମ୍ପ ଏପରି ନିଷ୍ପତ୍ତି ନେଇଥାଇପାରନ୍ତି। କିନ୍ତୁ ଏନେଇ କୌଣସି ସରକାରୀ ସୂଚନା ମିଳିନାହିଁ। ହ୍ବାଇଟ ହାଉସରେ ଥିବା C&O Desk ୧୯୨୦ରେ ଚେସୋପିକ ଆଣ୍ଡ ଓହୋୟା ରେଲସ୍ବେ ମାଲିକଙ୍କ ପାଇଁ ଡିଜାଇନ କରାଯାଇଥିଲା। ଯାହାକୁ ପରେ ହ୍ବାଇଟ ହାଉସକୁ ଦାନ କରାଯାଇଥିଲା। ଏହି ଡେସ୍କକୁ ପୂର୍ବ ରାଷ୍ଟ୍ରପତି ରୋନାଲ୍ଡ ରିଗନ, ଜିମି କାର୍ଟର ଓ ଗୋରାଲ୍ଡ ଫୋର୍ଡ, ଜର୍ଜ ଏଚ.ଡବ୍ଲୁ ନିଜ କାର୍ଯ୍ୟକାଳ ସମୟରେ ବ୍ୟବହାର କରିଥିଲେ। ଏହି ଡେସ୍କ ୧୪୫ବର୍ଷ ପୁରୁଣା ଐତିହାସିକ ଡେସ୍କ ଅଟେ। ୧୮୮୦ରେ ଏହାକୁ ମହାରାଣୀ ଭିକ୍ଟୋରିଆଙ୍କ ଦ୍ୱାରା ଆମେରିକାକୁ ଉପହାର ଦିଆଯାଇଥିଲା। ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତମ କାର୍ଯ୍ୟକାଳ, ଜୋ ବାଇଡେନ ଓ ବାରାକ ଓବାମା ମଧ୍ୟ ଏହି ଡେସ୍କ ବ୍ୟବହାର କରିଥିଲେ।