ସଫଳ ହେଲାନି ଯକୃତ ପ୍ରତ୍ୟାରୋପଣ : ଚାଲିଗଲା ସାନଯାଆଙ୍କ ଜୀବନ

ସାନ ଯାଆକୁ ନୂଆ ଜୀବନ ଦେବାକୁ ଯକୃତ ଦାନ କରିଥିଲେ ବଡ଼ ଯାଆ । ହେଲେ ବଡ଼ ଯାଆଙ୍କ ଅନନ୍ୟ ଅବଦାନ ଆସିଲାନି କାମ। ଚିକିତ୍ସାଧିନ ଅବସ୍ଥାରେ ଆଖିବୁଜିଲେ ସାନ ଯାଆ। ସଂକ୍ରମଣ ପାଇଁ ତାଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ ସବୁ ଅକାମୀ ହୋଇ  ଯିବାରୁ ସାନ ଯାଆ ଆଖି ବୁଜିଛନ୍ତି । ଗତ କିଛି ଦିନ ତଳେ ସାମ୍ନାକୁ ଆସିଥିଲା ଦୁଇ ଯାଆଙ୍କ ନିଆରା ସମ୍ପର୍କର ଏହି କାହାଣୀ। ସମ୍ବଲପୁର ଝାଙ୍କର ପାଲି ଗାଁର ଦୁଇ ଯାଆ ପ୍ରତିମା ପ୍ରଧାନ ଓ ଉମାକାନ୍ତି ପ୍ରଧାନ ।

ସାନ ଯାଆ ଉମାକାନ୍ତିଙ୍କ ଯକୃତ ସମସ୍ୟା ଥିବାରୁ ବଡ଼ ଯାଆ ପ୍ରତିମା ନିଜ ଯକୃତର କିଛି ଅଂଶ ସାନ ଯାଆକୁ ଦାନ କରିଥିଲେ ।  ଗତ ଜାନୁଆରୀ ୨୪ ତାରିଖରେ ହାଇଦ୍ରାବାଦ ଯଶୋଦା ହସ୍ପିଟାଲରେ ହୋଇଥିଲା ଯକୃତ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର ।   ଯାହା ସଫଳ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ। ଦେଖୁ ଦେଖୁ ଦୁଇ ଯାଆଙ୍କ ନିବିଡ଼ ସମ୍ପର୍କର କାହାଣୀ ସାରା ଓଡ଼ିଶାରେ ଖେଳିଗଲା। କିଭଳି ସାନ ଯାଆ ଉମାକାନ୍ତି ପାଇଁ ଦେବଦୂତ ସାଜିଲେ  ବଡ଼ ଯାଆ ପ୍ରତିମା ତାହା ଜାଣିବାକୁ ମିଳିଲା ।   ହେଲେ ବିଧିର ବିଡମ୍ବନା ପ୍ରତିମାଙ୍କ ଏହି ଅ