ଆଗରପଡା ଯୁବ ମହୋତ୍ସବର ପଞ୍ଚମ ସନ୍ଧ୍ୟା
ବନ୍ତ: ତୃତୀୟ ବାର୍ଷିକ ଆଗରପଡ଼ା ଯୁବ ମହାସôବ ପଞ୍ଚମ ସଂଧ୍ୟା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ ଯୋଗଦେଇ ଜାତି- ପ୍ରଗତୀ-ଅଗ୍ରଗତିର ମହାର୍ଘ୍ୟ ଚେତନା ଆଜିର ଯୁବ ପ୍ରାଣରେ ନବ ଉନ୍ନାଦନାର ପ୍ରଗତିକାମୀ ମନ୍ଥରେ ସତତ ଝଙ୍କୁରିତ ହେଉ । ଗାନ୍ଧୀ ମହାତ୍ମାଙ୍କ ପରିକଳ୍ପିତ ରାମରାଜ୍ୟର ସ୍ୱପ୍ନ ଯୁବ ଶକ୍ତିଙ୍କ ସ୍ୱାର୍ଥ ରହିତ କର୍ତ୍ତବ୍ୟ ପରାୟଣତା ଦ୍ୱାରା ହିଁ ସକାର ହୋଇ ପାରିବ ବୋଲି ସେ ତାଙ୍କ ବକ୍ତବରେ କହିଥିଲେ । କମିଟିର ସଭାପତି ଇଂ. ଅମୀୟ ରାମଙ୍କ ସଭାପତିତ୍ୱରେ ଆୟୋଜିତ ସନ୍ଧ୍ୟାରେ ମୁଖ୍ୟବକ୍ତା ବିଜେପି ଯୁବନେତା ତପନ ସିଂହ ଯୋଗଦେଇ ବିଳାସ ନୁହେଁ-ବିକାଶ, ଷୋଷଣ ନୁହେଁ-ପୋଷଣ, ଚେଷ୍ଟା ନୁହେଁ- ନିଷ୍ଠା ହିଁ ପ୍ରତିଟି ହୃଦୟରେ ରହିବା ନିତ୍ୟାନ୍ତ ଅପରିହାର୍ଯ୍ୟ ବୋଲି କହିଥିଲେ । କମିଟି ସଭାପତି ଇଂ. ଅମୀୟ ରଞ୍ଜନ ରାମଙ୍କ ସଭାପତିତ୍ୱରେ ଆୟୋଜିତ ଉସôବରେ ଅନ୍ୟତମଅତିଥି ଜଲିଉଡ ଜଗତର ଚର୍ଚ୍ଚିତ ନାୟକ ଗୌର ଦାସ, ନାରୀନେତ୍ରୀ କମଳା ପଣ୍ଡା, ଉପଦେଷ୍ଟା ତଥା ରାଜ୍ୟ ଓଡିଆ ଭାଷା ସଂସ୍କୃତି ଜାଗରଣ ମଞ୍ଚର ରାଜ୍ୟ ସଭାପତି ଜୈନୁଲ ଆନେଦିନ, ଶିକ୍ଷାବିତ୍ ତଥା ପାଇମହୁରା ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅବସରପ୍ରାପ୍ତ ଅଧ୍ୟକ୍ଷ ଚିନ୍ତାମଣୀ ପ୍ରାଣିଗ୍ରାହୀ, ହରମୋହନ ପଣ୍ଡା, କମିଟି କାର୍ଯ୍ୟକାରୀ ସଭାପତି ଗୟାଧର ପତି ପ୍ରମୁଖ ଯୋଗଦେଇ କମିଟିର ଆୟୋଜନକୁ ପ୍ରଶଂସା କରିବା ସହ କମିଟି କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ଆଗରପଡ଼ା ଅଞ୍ଚଳର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତି ଚିନ୍ତମଣୀ ପାଣିଗ୍ରାହୀ, ହରମୋହନ ପଣ୍ଡା, ଜୟପ୍ରକାଶ ମହାନ୍ତି, ସରୋଜ ସାମଲ, ବିଭୂଦତ୍ତ ମହାନ୍ତି, ଯୁବ ବୈଜ୍ଞାନିକ ପ୍ରିୟଙ୍କା ପ୍ରିୟଦର୍ଶନୀ ସିଂହ ପ୍ରମୁଖଙ୍କୁ ଅତିଥି ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । କମିଟି କାର୍ଯ୍ୟକାରୀ ସଭାପତି ସାମ୍ବାଦିକ ଜିତେନ୍ଦ୍ର ସତପଥି ଓ କୋଷାଧ୍ୟକ୍ଷ ନୃସିଂହ ଖୁଣ୍ଟିଆ ପଠନ କରିଥିଲେ । କମିଟି ସମ୍ପାଦକ ସାମ୍ବାଦିକ ପ୍ରଦୁ୍ୟମ୍ନ ପୁହାଣ ସମ୍ପାଦକୀୟ ବିବୀରଣୀ ପାଠ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ସାମ୍ବାଦିକ ଜିତେନ୍ଦ୍ର ସତପଥି ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଦର୍ଶକଙ୍କ ପାଇଁ ମୁଖ୍ୟ ଆକର୍ଷଣ ସାଜିଥିଲେ ଓଡିÿଆ ସିନେମାର ହାସ୍ୟାଭିନେତା ବ୍ରଜ ସିଂହ । ମଞ୍ଚକୁ ଆସିବା ପରେ ଦର୍ଶକଙ୍କ ପାଇଁ ଖୋଲିଥିଲେ ହସର ପେଡି, ହସି ହସି ବେଦମ୍ ହୋଇଥିଲେ ଉପସ୍ଥିତ ହଜାର ହଜାର ସଂଖ୍ୟାରେ ଦର୍ଶକ । ପରେ କଟକରୁ ଆସିଥିବା ମେଲୋଡି ପ୍ରିନ୍ସ ପକ୍ଷରୁ ମେଲୋଡି ପରିବେଷଣ କରାଯାଇଥିଲା । ଅପରାହ୍ନ ୪ ଘଟିକା ଠାରୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ନୃତ୍ୟ ସଙ୍ଗୀତ, ମିସ୍ ଆଚାରପଡ଼ା ପ୍ରତିଯୋଗୀତା ଅନୁଷ୍ଠିତ ହେବା ସହ ସୁନାବୋହୁ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏହି ମହୋସôବରେ ହଜାର ହଜାର ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ଏହାକୁ ମନଭରି ଉପଭୋଗ କରିଥିଲେ । ପଡ଼ିଆରେ ଲାଗିଥିବା ଦୋଳୀ, ମୀନାବଜାର ଓ ଖାଦ୍ୟ ଷ୍ଟଲରେ ହଜାର ହଜାର ଦର୍ଶକଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ଆୟୋଜିତ ସମସ୍ତ କାର୍ଯ୍ୟକ୍ରମରେ ନିରୋଜ ଆଇଚ, ଜୈନୁଲ ଆବେଦିନ କୋଷାଧ୍ୟକ୍ଷ ସାମ୍ବାଦିକ ନୃସିଂହ ଖୁଣ୍ଟିଆ, କାର୍ଯ୍ୟକାରୀ ସଭାପତି ତପନ ପୃଷ୍ଟି, ଯୁଗ୍ମ ସମ୍ପାଦକ ସାମ୍ବାଦିକ ବାବୁରାମ ବେହେରା, ଦିବ୍ୟ ଆକାଶ ପୁହାଣ, ହାପୀ ରାୟ, ଶୁଭମ ସିଂହ, ଚିତ୍ତରଞ୍ଜନ ଉଦଗାତା, ସମ୍ରାଟ ସିଂହ, ଅଶୋକ ପାଣିଗ୍ରାହୀ, ଗୟାଧର ପତି, ଶୁଭେନ୍ଦୁ ବେହେରା, ପ୍ରକାଶ ଜେନା, କାହ୍ନୁ ଓ କହ୍ନେଇ ସିଂହଙ୍କ ସମେତ ସମସ୍ତ ସଦସ୍ୟ ପ୍ରମୁଖ ପରିଚାଳନା କରିଥିଲେ ।