ମଣ୍ଡଳସ୍ତରୀୟ ରନ୍ଧନ ପ୍ରତିଯୋଗିତା

କେନ୍ଦ୍ରାପଡା:  କେନ୍ଦ୍ରାପଡା ହାଇସ୍କୁଲ ସମ୍ମିଳନୀ କକ୍ଷରେ ମଣ୍ଡଳସ୍ତରୀୟ ରନ୍ଧନ ପ୍ରତିଯୋଗିତା ବ୍ଲକ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ତଥା ବିଆରସିସି ହିରଣ୍ୟ ବାରିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା ଅନ୍ତର୍ଗତ ୧୭ଟି କ୍ଲଷ୍ଟରର ପାଚିକା ସହାୟିକାମାନଙ୍କ ନିମନ୍ତେ ଜଳ, ପରିମଳ ପରିଷ୍କାର ପରିଚ୍ଛନ୍ନତା, ସ୍ୱାସ୍ଥ୍ୟ, ରୋଷେଇ ବଗିଚା, ଫଟିଫାଏଡ଼ ରାଇସ ଆଦି ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ୯ଟି କେନ୍ଦ୍ରରେ ବିଭିନ୍ନ ଦିନରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମ ସୋମବାର ହାଇସ୍କୁଲରେ ଉଦ୍ୟାପନ ହୋଇଯାଇଛି । କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଭାବେ ବିଷ୍ଣୁଚରଣ ସାମଲ, ଜିତେନ୍ଦ୍ର କୁମାର ତ୍ରିପାଠୀ, ମନୋଜ କୁମାର ବାରିକ, ସି ଆର ସି ସି ଅଚୁ୍ୟତା ନନ୍ଦ ସାମଲ, କିଶୋର ଚÿନ୍ଦ୍ର ଜେନା, ମହମ୍ମଦ ଗୟାସୁଦ୍ଦିନ, ଦେବାଶିଷ ସାହୁ ଦିଗଦର୍ଶନ ପ୍ରଦାନ କରିଥିଲେ  । ପ୍ରତିଯୋଗିତାରେ କୋରୋମିର୍ଜାପୁର ପ୍ରାଥମିକ ବିଦ୍ୟାଳୟକୁ ପ୍ରଥମ,ରାଧା ଗୋବିନ୍ଦ ଉଚ୍ଚ ବିଦ୍ୟାପୀଠକୁ ଦ୍ୱିତୀୟ, ବୁଢି ବିଳାଶୁଣି ଉପ୍ରା ବିଦ୍ୟାଳୟକୁ ତୃତୀୟ ସ୍ଥାନରେ ଯଥାକ୍ରମେ ପାଞ୍ଚଶହ, ତିନିଶହ ନ୍ଦୁଇ ଶହ ଉସôାହିତ ରାଶି ସହ ସିଲ ପ୍ରଦାନ କରାଯାଇ ଥିଲା । ସଂଯୋଜିକ ପ୍ରିୟଙ୍କା ଭଦ୍ର, ଶୁଭଶ୍ରୀ ଜେନା ସଂଯୋଜନା କରିଥିବା ବେଳେ କାକଟ ବିଦ୍ୟାଳୟର ସରୋଜିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।